୮ ବର୍ଷ ଧରି ୟୁରିନ୍ ମିଶା ରୁଟି ଖାଇବାକୁ ଦେଉଥିଲା ଚାକରାଣୀ! ଏହି ରୁଟି ଖାଇ ଲିଭର ଓ ପେଟରୋଗରେ ଆକ୍ରାନ୍ତ ହେଲେ ସାରା ପରିବାର

ନୂଆଦିଲ୍ଲୀ: ମଣିଷ ଯେ କେତେ ତଳକୁ ଯାଇପାରେ ତା’ର ଏକ ନଗ୍ନ ନମୂନା ସାମ୍ନାକୁ ଆସିଛି । ସାଧାରଣ ଭାବେ ଆମେ ଖାଉଥିବା ସମୟରେ ଖାଦ୍ୟରେ କୌଣସି ମାଛି ବସିଲେ ବା ମଇଳା ଦେଖିଲେ ତାହାକୁ ଆମେ ବର୍ଜନ କରିଦେଇଥାଏ । ତେବେ ବର୍ଷ ବର୍ଷ ଧରି ୟୁରିନ୍ ମିଶା ରୁଟି ଖାଇବାକୁ ଦେଉଥିଲେ ଜଣେ ଚାକରାଣୀ । ଜଣେ ବ୍ୟବସାୟୀଙ୍କ ଘରେ ରୋଷେଇ କରୁଥିବା ଜଣେ ମହିଳାଙ୍କର ଏଭଳି ଏକ ହୀନ ହରକତର ପର୍ଦ୍ଦାଫାସ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଚାକରାଣୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ୟୁରିନ୍ ମିଶା ରୁଟି ଖାଇ ସାରା ପରିବାର ଲିଭର ଓ ପେଟ ରୋଗରେ ସଂକ୍ରମିତ ହୋଇଛନ୍ତି । ବହୁତ ଚିକିତ୍ସା କରିବା ପରେ ସ୍ୱାସ୍ଥ୍ୟ ଠିକ୍ ନ ହେବାରୁ ଘର ମାଲିକ ରୋଷେଇ ଘରେ ସିସିଟିଭି ଲଗାଇଥିଲେ । ତା’ପରେ ଚାକରାଣୀର ଘୃଣ୍ୟ ହରକତ ଦେଖି ଘର ମାଲିକଙ୍କ ହୋସ୍ ଉଡ଼ିଯାଉଥିଲା ।

ଖବର ମୁତାବକ, ଉତ୍ତରପ୍ରଦେଶର ଗାଜିଆବାଦରୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା । ଜଣେ ବ୍ୟବସାୟୀଙ୍କ ଘରେ ଜଣେ ଘରୋଇ ସହାୟିକା ୮ ବର୍ଷ ଧରି କାମ କରି ଆସୁଥିଲେ । ମହିଳା ଜଣଙ୍କ ମାଲିକଙ୍କ ପାଇଁ ଯେଉଁ ଖାଦ୍ୟ ପ୍ରସ୍ତୁତ କରୁଥିଲେ, ସେଥିରେ ୟୁରିନ୍ ମିଶାଇ ଦେଉଥିଲେ । ଫଳରେ ଧୀରେଧୀରେ ସାରା ପରିବାର ବୀମାରଗସ୍ତ ହୋଇଯାଇଥିଲେ । ତେବେ ଘର ମାଲିକ ରୋଷେଇ ଘରେ ସିସିଟିଭି ଲଗାଇବା ପରେ ସବୁ ସତ ସାମ୍ନାକୁ ଆସିଥିଲା । କ୍ରସିଙ୍ଗ ରିପବ୍ଲିକ କ୍ଷେତ୍ରର ଏକ ସୋସାଇଟିରେ ରହୁଥିବା ଜଣେ ରିୟଲ ଇଷ୍ଟେଟ ବ୍ୟବସାୟୀଙ୍କ ପରିବାର କିଛି ମାସ ମଧ୍ୟରେ ଗମ୍ଭୀର ଭାବେ ବିମାରଗସ୍ତ ହୋଇପଡ଼ିଥିଲେ । ପରିବାରର ଲୋକମାନେ ପେଟ ଓ ଲିଭର ବୀମାରୀରେ ସଂକ୍ରମିତ ହୋଇଥିଲେ । ଡାକ୍ତରଙ୍କ ନିକଟକୁ ଯାଇ ଚିକିତ୍ସା କରାଇଥିଲେ ହେଁ କୌଣସି ସୁଫଳ ମିଳିନଥିଲା । କ୍ରମାଗତ ସ୍ୱାସ୍ଥ୍ୟ ଖରାପ ହେବାରୁ ଘର ମାଲିକଙ୍କ ସନ୍ଦେହ ବଢ଼ିଥିଲା । ଏହାପରେ ସେ କିଚେନ ଓ ଅନ୍ୟ ସ୍ଥାନରେ ସିସିଟିଭି ଲଗାଇଥିଲେ । ତେବେ ଚାକରାଣୀଙ୍କ ଏହି ହୀନ କାରନାମା ଦେଖି ସାରା ପରିବାର ସ୍ତବ୍ଧ ହୋଇ ରହିଯାଇଥିଲା । ଏହି ମାମଲାରେ ପୋଲିସ ଉକ୍ତ ଚାକରାଣୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.