ଟ୍ରେନରୁ ନେଇ ହୋଟେଲରେ ନାବାଳିକାକୁ ଗଣଦୁଷ୍କର୍ମ କଲେ ଯୌନ ରାକ୍ଷସ, 5ଜଣଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଲଜ୍ଜା । ହୋଟେଲକୁ ନେଇ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କଲେ ଯୌନ ରାକ୍ଷସ । ଏଭଳି ଏକ ଘଟଣା ନୂଆଦିଲ୍ଲୀରେ ଘଟିଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କିଛି ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ଡାକ୍ତରୀ ମାଇନା ପରେ ପୀଡିତାଙ୍କର ବୟାନ ରେକକ୍ଡ କରାଯାଇଛି ।

ସୂଚନା ଅନୁସାରେ, ଉତ୍ତରାଖଣ୍ଡ ହାଲଡୱାନିର ଦଶମ ଶ୍ରେଣୀର ଛାତ୍ରୀ କାହାକୁ ନ ଜଣାଇ ଦିଲ୍ଲୀ ଟ୍ରେନରେ ଚଢିଯାଇଥିଲା । ସେ ନିଜେ ଟ୍ରେନରେ କିଛି ବନ୍ଧୁ ସୃଷ୍ଟି କରିଥିଲେ ଏବଂ ସେମାନେ ସମସ୍ତେ ଦିଲ୍ଲୀର ଏକ ହୋଟେଲରେ ପହଞ୍ଚିଥିଲେ । ଏହାପରେ ନାବାଳିକାକୁ 5ଜଣ ମିଶି ଗଣଦୁଷ୍କମ କରିଥିଲେ । ତେବେ ଏହି ଘଟଣା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉତ୍ତରାଖଣ୍ଡ ନାବାଳିକା କାହିଁକି ଦିଲ୍ଲୀ ଯାଇଥିଲା, ଟ୍ରେନରେ ହୋଇଥିବା ବନ୍ଧତା ପୁରୁଣା ନା ନୂଆ, ନାବାଳିକା କାହିଁକି ବଳାତ୍କାର ପରେ ଦିଲ୍ଲୀରେ ପୋଲିସ ନିକଟରେ ଅଭିଯୋଗ କରିନଥିଲା?

ପୀଡିତାଜଣକ ଅକ୍ଟୋବର 4 ତାରିଖରେ ସ୍କୁଲ ଯାଇ ଆଉ ଫେରିନଥିଲେ । ଏହାପରେ ବାପା ଥାନରେ ଅଭିଯୋଗ କରିଥିଲେ । ତେବେ ଏହାପରେ ପୋଲିସ ନାବାଳିକାର ଫୋନ ଟ୍ରାକ କରିଥିବା ବେଳେ ଦିଲ୍ଲୀରେ ରହିଥିବା ଜଣାପଡିଥିଲା । ଏହାପରେ ପୋଲିସ ଦିଲ୍ଲୀ ଯାଇ ପୀଡିତାକୁ ଉଦ୍ଧାର କରିଥିଲା । ତେବେ ଉତ୍ତରାଖଣ୍ଡ ଫେରିବା ପରେ ପୋଲିସ କାଉନସଲିଂ କରିଥିବା ବେଳେ ସେ ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଥିଲା । ତେବେ ପୀଡିତାଙ୍କ ବୟାନ ଅନୁସାରେ, ପୋଲିସ ବିଏନଏସ ଧାରା 70 ଅନୁସାରେ ମାମଲା ପଞ୍ଜିକୃତ କରିଥିଲା । ତେବେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ମୁହଁ ଖୋଲିନାହାନ୍ତି ଆରୋପୀ ।

Get real time updates directly on you device, subscribe now.