ମାଗଣାରେ ହେବ କିଡ଼ନୀ ରୋଗୀଙ୍କ ଚିକିତ୍ସା: ଜାଣନ୍ତୁ କେଉଁ ସରକାର କଲେ ଏହି ବଡ଼ ଘୋଷଣା ?

ନୂଆଦିଲ୍ଲୀ : ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ନିଜର ୧୩ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରିବା ପରେ ଶୁକ୍ରବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି ନାୟବ ସିଂ ସାଇନି । ଏଥିସହ ରାଜ୍ୟର ୨.୮୦ କୋଟି ଲୋକଙ୍କୁ ସେବା କରିବାକୁ ପ୍ରତିଶୃତି ଦେଇଛନ୍ତି ।

ଏହା ସହ ସେ ରାଜ୍ୟବାସୀଙ୍କୁ ବହୁତ ଉପହାର ଦେଇଛନ୍ତି। ସାଇନି ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ କିଡନୀ ରୋଗୀଙ୍କ ପାଇଁ ମାଗଣା ଡାଏଲିସିସ ଘୋଷଣା କରିଛନ୍ତି। ଭବିଷ୍ୟତରେ ସମସ୍ତ ମେଡିକାଲ କଲେଜରେ ମାଗଣା ଡାଏଲିସିସ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ସାଇନି କହିଛନ୍ତି, ଆଜି ପ୍ରଥମ କ୍ରମରେ ସେ କିଡନୀ ରୋଗୀଙ୍କ ପାଇଁ ମାଗଣା ଡାଏଲିସିସ ଫାଇଲରେ ଦସ୍ତଖତ କରିଛନ୍ତି। ଆମ ମାନିଫେଷ୍ଟୋରେ ଜନସାଧାରଣଙ୍କୁ ଏହା ପ୍ରତିଶ୍ରୁତି ଦିଆଯାଇଥିଲା। ଏହା ହେଉଛି ଭାଜପାର ତୃତୀୟ କାର୍ଯ୍ୟକାଳ। ମୋଦି ଜିଙ୍କ ନୀତିକୁ ଜନସାଧାରଣ ଅନୁମୋଦନ କରିଛନ୍ତି। କଂଗ୍ରେସକୁ ହରିୟାଣାର ଲୋକମାନେ ପ୍ରତ୍ୟାଖାନ କରିଛନ୍ତି। ଜନସାଧାରଣଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ବିରୋଧୀ କାର୍ଯ୍ୟ କରିଥିଲେ।

ସୂଚନାଯୋଗ୍ୟ, ଦ୍ୱିତୀୟ ଥର ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନାୟବ ସିଂ ସାଇନି। ସାଇନିଙ୍କ ସହ ୧୩ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହାପୂର୍ବରୁ, ମାର୍ଚ୍ଚ ୧୨, ୨୦୨୪ରେ ସେ ପ୍ରଥମ ଥର ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ଏଥର BJP ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ହରିୟାଣାରେ ସରକାର ଗଠନ କରିଛି। ଏଥର BJP ହରିୟାଣାରେ ଏକ ଐତିହାସିକ ବିଜୟ ହାସଲ କରିଛି।

Get real time updates directly on you device, subscribe now.