ମସ୍କଙ୍କ AI କମ୍ପାନୀରେ ନିଯୁକ୍ତି ସୁଯୋଗ, ଘଣ୍ଟାକୁ ଦରମା 5 ହଜାର!

ନୂଆଦିଲ୍ଲୀ: ଏଲନ୍ ମସ୍କ ବର୍ତ୍ତମାନ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି । ସେ ଏକ୍ସ, ଟେସଲା ଠୁ ନେଇ ସ୍ସେସଏକ୍ସ ପର୍ଯ୍ୟନ୍ତ ସମସ୍ତ ବଡ ଅନ୍ତର୍ଜାତୀୟ କମ୍ପାନୀର ମାଲିକ ଅଟନ୍ତି । ତେବେ ବର୍ତ୍ତମାନ ବମ୍ପର ନିଯୁକ୍ତି ସୁଯୋଗ ବାହାରିଛି । ଏଲନ ମସ୍କଙ୍କ କମ୍ପାନୀରେ ଚାକିରି ବାହାରିଛି । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ମସ୍କଙ୍କ କମ୍ପାନୀରେ କାମ କରି କେତେ ଟଙ୍କା ଦରମା ମିଳିବ । ଏକ ମିଡିଆ ରିପୋର୍ଟରେ ଯେଉଁଭଳି ଭାବେ ତଥ୍ୟ ପ୍ରକାଶିତ ହେଉଛି, ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ ।

ଏଲନ ମସ୍କଙ୍କ କମ୍ପାନୀ ଏଆଇ ଟ୍ୟୁଟରର ଆବଶ୍ୟକତା ରହିଛି । ମସ୍କଙ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ xAI ପାଇଁ ଏଆଇ ଟ୍ୟୁଟରର ଆବଶ୍ୟକତା ରହିଛି । ଏକ ରିପୋର୍ଟ ଅନୁସାରେ,ଏଲନ ମସ୍କଙ୍କ ଏହି ଏଆଇ କମ୍ପାନୀରେ ଏଆଇ ଟ୍ୟୁଟର ଭାବେ କାମ କରିବା ପାଇଁ ପ୍ରତିଘଣ୍ଟା 5000 ହଜାର ଟଙ୍କା ମିଳିବ । ଗତ ସପ୍ତାହରେ ନିଯୁକ୍ତି ପାଇଁ କମ୍ପାନୀ ପକ୍ଷରୁ ବିଜ୍ଞପ୍ତି ବାହାରିଥିଲା । ଏଥିରେ ଟ୍ୟୁଟରଙ୍କୁ ଡାଟା ପ୍ରସ୍ତୁତ କରିବାକୁ ହେବ । ଆଶାୟୀଙ୍କୁ କୋରିୟାନ୍, ଚୀନ, ଜର୍ମାନ, ଋଷ, ଫ୍ରେଞ୍ଚ, ଆରବୀ, ତୁର୍କୀ, ହିନ୍ଦୀ, ପାର୍ସୀ, ସ୍ପେନିସ ଏବଂ ପର୍ତ୍ତୁଗାଲ ଭାଷା ଜାଣିଥିବା ଉଚିତ୍ । ଏହି କାମ କରିବା ପାଇଁ କର୍ମଚାରୀଙ୍କୁ ଘଣ୍ଟାକୁ 35ରୁ 65 ଡଲାର ଅର୍ଥାତ 5000 ଟଙ୍କା ମିଳିବ । ଏହି ଚାକିରି ପାଇଁ ରିମୋଟ ଏବଂ ଫୁଲଟାଇମ୍ ଅଟେ ।

Get real time updates directly on you device, subscribe now.