ନିଜ ପାରମ୍ପରିକ ଗଡ ଗାନ୍ଦରବଲ ରଖି ବଡଗାମ ଛାଡିଲେ ଉମାର

ଶ୍ରୀନଗର: ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ହେବା ପରେ ଉମାର ଅବଦୁଲ୍ଲା ବଡଗାମ ବିଧାନସଭା ଆସନରୁ ଇସ୍ତଫା ଦେଇଥିବା ବେଳେ ନିଜ ପରିବାରର ପାରମ୍ପରିକ ଗଡ ଗାନ୍ଦରବଲକୁ ରଖିଛନ୍ତି । ଏନେଇ ଜମ୍ମୁ ବିଧାନସଭାର ପ୍ରୋଟେମ ସ୍ପିକର ମୁବାରକ ଗୁଲ ଘୋଷଣା କରିଛନ୍ତି ।

ଏହି ଅବସରରେ ମୁବାରକ ଗୁଲ ବିଧାନସଭାରେ ସଦସ୍ୟମାନଙ୍କୁ ସୂଚିତ କରିଛନ୍ତି କି, ଉମର ଅବଦୁଲ୍ଲା ବଡଗାମରୁ ନିଜ ବିଧାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ସ୍ପଷ୍ଟ ହୋଇଛି କି, ସେ ଗାନ୍ଦରବଲ ଉପରେ ନିଜ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛନ୍ତି । ସେଠାର ବିଜୟ ପାଇଁ ତାଙ୍କ ରାଜନୈତିକସ୍ଥିତି ମଜବୁତ ହୋଇଛି । ବଡଗାମ ଆସନରେ ସେ ମେହବୁବା ମୁଫ୍ତିଙ୍କ ପିଡିପି ନେତା ଅଗା ସେଦ ମୁନ୍ତାଜିର ମେହନ୍ଦୀଙ୍କୁ ୧୮,୪୮୫ ଭୋଟରେ ପରାସ୍ତ କରିଥିଲେ ।

ଏହି ସିଟ ତ୍ୟାଗକରିବା ପରେ ଏନସିର ସିଟ ସଂଖ୍ୟା ୪୧କୁ ହ୍ରାସ ପାଇଛି । ତଥାପି କଂଗ୍ରେସର ୬ ବିଧାୟକଙ୍କ ସହ ୫ ସ୍ୱାଧୀନ ଓ ଜଣେ ଲେଖା ଆପ ଓ ସିପିଏମ ବିଧାୟକଙ୍କ ସମର୍ଥନ ଉମାରଙ୍କ ସହ ରହିଛି ।

Get real time updates directly on you device, subscribe now.