ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇଛି ଉପକୂଳ ମୁହାଁ ହୋଇ ମାଡ଼ିଆସୁଛି ‘ଦାନା’ । ଗତ ରାତିରେ ଭୀଷଣ ବାତ୍ୟାରେ ଏହା ପରିଣତ ହୋଇଛି । ଏହା କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଗତ ୬ ଘଣ୍ଟାରେ ୧୨ କିମି ବେଗରେ ଗତି କରୁଛି ଏହି ବାତ୍ୟା ଦାନା । ଏହା ବର୍ତ୍ତମାନ ପାରାଦୀପର ଦକ୍ଷିଣପୂର୍ବକୁ ୨୧୦ କିମି ଦୂରରେ ରହିଛି । ଏହା ସହିତ ଧାମରାର ଦକ୍ଷିଣ ଦକ୍ଷିଣ-ପୂର୍ବର ୨୪୦ କିମି ଦୂରରେ ବାତ୍ୟା ରହିଛି । ସେହିପରି ସାଗର ଦ୍ୱୀପର ଦକ୍ଷିଣପୂର୍ବର ୩୧୦ କିମି ଦୂରରେ ରହିଛି ଦାନା ।
ତେବେ ବାତ୍ୟା ‘ଦାନା’ ଭିତରକନିକା-ଧାମରା ମଧ୍ୟରେ ଅତିକ୍ରମ କରିପାରେ । ଆଜି ମଧ୍ୟରାତ୍ରି ଓ କାଲି ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ରୁ ୧୨୦ କିମି ରହିପାରେ ବୋଲି ପୂର୍ବାନୁମାନ ହୋଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାରେ ପବନର ବେଗ ୧୨୦ କିମି ରହିବ ବୋଲି ଆଶା କରାଯାଉଛି ।