ସୀତାରାମଙ୍କ ଅବସ୍ଥା ହେବ ଖଡଗେଙ୍କର, ଏକ ଭିଡିଓକୁ ନେଇ ବିଜେପିର ପୂର୍ବାନୁମାନ

ନୂଆଦିଲ୍ଲୀ: କଂଗ୍ରେସରେ କଡ ଲୋଉଟାଉଛି ଇତିହାସ । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୀତାରାମ କେଶରୀଙ୍କ ଅବସ୍ଥା ହେବାକୁ ଯାଉଛି କଂଗ୍ରେସର । ଏମିତି ଚର୍ଚ୍ଚା ଖଡଗେଙ୍କ ଏକ ଭିଡିଓକୁ ନେଇ ଚାଲିଛି । ଖଡଗେଙ୍କୁ କଂଗ୍ରେସ ଅପମାନଜନକ ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି ବିଜେପି ନେତା ଗିରିରାଜ ସିଂହ । ଏହାକୁ ନେଇ ସେ କଂଗ୍ରେସକୁ ଆକ୍ରମଣ କରିଛନ୍ତି ।

ଭାଇରାଲ ଭିଡିଓଟି ୱାଇନାଡର । ଏହି ଆସନରୁ ଗତକାଲି ପ୍ରିୟଙ୍କା ଗାନ୍ଧୀ ନାମାଙ୍କନ ଭରିଥିଲେ । ପ୍ରିୟଙ୍କାଙ୍କ ସହ ନାମାଙ୍କନ ରୋଡ ସୋରେ ମଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ରବର୍ଟ ଭଦ୍ରା ପ୍ରମୁଖ ଥିଲେ । କିନ୍ତୁ ଜିଲ୍ଲାପାଳ ଅଫିସରେ ନାମାଙ୍କନ ଭରିବା ବେଳେ ଗାନ୍ଧୀ ପରିବାରର ସମସ୍ତେ ଓ ଜ୍ୱାଇଁ ରବର୍ଟ ରହିଥିବା ବେଳେ ଦ୍ୱାରପାଳ ହୋଇ ଥିଲେ ଖଡଗେ । ତାଙ୍କୁ ଭିତରକୁ ଛଡା ଗଲାନାହିଁ । ଖଡଗେ, ଦ୍ୱାର ଦେଶରେ ଭିତରକୁ ଉଣ୍ଡୁଥାନ୍ତି ବାରମ୍ବାର ।

ଏହି ଭିଡିଓ ବାହାରକୁ ଆସିବା ପରେ ବିଜେପିକୁ ସୁଯୋଗ ମିଳିଛି କଂଗ୍ରେସକୁ କଟାକ୍ଷ କରିବାକୁ । ଏହା ସୀତାରାମ କେସରୀଙ୍କ ଅବସ୍ଥାର ପୂର୍ବ ସୂଚନା ବୋଲି କହିଛନ୍ତି ବିଜେପି ନେତା । ସୀତାରାମ ଭାରତ ସ୍ୱାଧୀନତା ସଂଗ୍ରାମର ଓ ଦଳିତ ସମାଜର ଜଣେ ବରିଷ୍ଠ ନେତାଥିଲେ । କଂଗ୍ରେସ ତାଙ୍କୁ ପାର୍ଟି ଅଧ୍ୟକ୍ଷ କରିଥିଲା । କିନ୍ତୁ ଦଳର ପ୍ରଦର୍ଶନ ନିର୍ବାଚନରେ ଅତ୍ୟନ୍ତ ଦୟନୀୟ ହେବାରୁ ତାଙ୍କୁ ସଭାପତି ପଦରୁ ବାହାରକରି ସୋନିଆଙ୍କୁ ସେଠି ବସାଇବାକୁ ସମସ୍ତେ ଚାହିଁଲେ । କିନ୍ତୁ ସୀତାରାମ ଏହାକୁ ମାନି ନ ଥିଲେ । ୧୯୯୮ରେ ପଦ ଛାଡିବାକୁ ଦଳ ତରଫରୁ ବହୁ ଅପମାନିତ କରାଯାଇଥିଲା । ତତାଙ୍କ ବିରୋଧରେ ଦଳୀୟ କର୍ମୀ ବହୁ ଅପଶବ୍ଦ କହିଥିଲେ । ସେ ପଦ ଛାଡିବା ପରେ ସୋନିଆ ହୋଇଥିଲେ ଅଧ୍ୟକ୍ଷ ।

ଏବେ ହରିଆଣା, ଜମ୍ମୁ କାଶ୍ମୀର ତଥା ଅନ୍ୟାନ୍ୟ ସ୍ଥାନରେ କଂଗ୍ରେସର ପ୍ରଦର୍ଶନ ନୈରାଶଜନକ ଥିବା ସହ ଦଳ ଆଉ ତାଙ୍କୁ ଅଧ୍ୟକ୍ଷ ପଦରେ ବସାଇବାକୁ ଚାହୁଁନଥିବା ପରି ମନେ ହେଉଛି । ତେଣୁ ତାଙ୍କ ପରି ଦଳର ସର୍ବ ବରିଷ୍ଠଙ୍କୁ ଅପମାନିତ କରି ସୀତାରାମଙ୍କ ପରି ପଦରୁ ତଡିବାକୁ ଷଡଯନ୍ତ୍ର ହେଉଥିବା କହିଛନ୍ତି ଗିରିରାଜ