ବିମାନ ପରେ ଏବେ ହୋଟେଲରେ ବୋମା ମାଡର ଧମକ, ମେଲରେ ଲେଖାଯାଇଛି ଏହି ଭୟଙ୍କର କଥା

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ତିରୂପତି ଜିଲ୍ଲାରେ ଅନେକ ହୋଟଏଲକୁ ବୋମାମାଡର ଧମକ ମିଳିବାରେ ହଇଚଇ ସୃଷ୍ଟି ହୋଇଛି। ଲୀଲା ମହଲ ସେଣ୍ଟରର ତିନୋଟି ହୋଟଏଲକୁ ବୋମା ଦ୍ୱାରା ଉଡାଇଦେବାକୁ ଧମକ ମିଳିଛି। ହୋଟେଲର ମାଲିକ ପୋଲିସକୁ ମାମଲାର ତଦନ୍ତ ପାଇଁ ସୂଚନା ଦେଇଛନ୍ତି। ଏଥିସହ ମାଲିକଙ୍କୁ ମିଳୁଥିବା ମେଲରେ ଅନ୍ୟ ହୋଟେଲକୁ ମଧ୍ୟ ବୋମା ଦ୍ୱାରା ଉଡାଇଦେବାର ଧମକ ମିଳିଛି। ପୋଲିସ ଧମକ ମିଳିଥିବା ହୋଟେଲରେ ଚେକିଂ ଉଦ୍ୟମ ଆରମ୍ଭ କରିଦେଇଛି।

ପୋଲିସର ଯାଞ୍ଚରୁ ମିଳିଥିବା ସୂଚନାନୁଯାୟୀ, ଧମକପୂର୍ଣ୍ଣ ମେଲରେ ଲେଖାଯାଇଛି ଯେ, ତାମିଲନାଡୁରେ ଆତଙ୍କବାଦୀ ଜଫର ସାଦିକଙ୍କୁ ଦଣ୍ଡ ମିଳିଛି। ଦଣ୍ଡ ମିଳିବାରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସାହାଯ୍ୟ କରିଛନ୍ତି। ଏଥିପାଇଁ ଆଇଏସଆଇ ବିସ୍ଫୋରଣ କରିବାକୁ ଚେଷ୍ଟା କରିବ। ଏହାର ପ୍ରଭାବ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଉପରେ ପଡିବ। ପରିବାର ସହ ତାମିଲନାଡୁ କିଛି ସ୍କୁଲ ମଧ୍ୟ ଏହା ଅଧୀନରେ ଆସିବ।

ମେଲରେ ଧମକ ମିଳିବା ପରେ ତିରୁପତିର ହୋଟେଲକୁ ସଙ୍ଗେ ସଙ୍ଗେ ଯାଞ୍ଚ କରାଯାଇଥିଲା। ପୋଲିସ ଟିମକୁ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ। ପୋଲିସ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛନ୍ତି।