ଆପାର୍ଟମେଣ୍ଟ ପ୍ରବେଶ ଦ୍ୱାରରେ ଲାଗିବ ସିସିଟିଭି, କମିଶନରେଟ୍ ପୋଲିସର ବଡ଼ ପଦକ୍ଷେପ

ଭୁବନେଶ୍ୱର: ରାଜ୍ୟରେ ଚୋରି ମାମଲା ସାମ୍ନାକୁ ଆସୁଛି। ଏହି ଦୁର୍ବୃତ୍ତମାନଙ୍କୁ ଧରିବାରେ ବେଳେବେଳେ ଅସଫଳ ହେଉଛି ପୋଲିସ। ଏଥିପାଇଁ ବର୍ତ୍ତମାନ ପୋଲିସ ବିଭାଗ ପକ୍ଷରୁ ଏହି ଚୋରିକୁ ନେଇ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆପାର୍ଟମେଣ୍ଟରେ ଚୋରି ରୋକିବାକୁ କମିଶନରେଟ ପୋଲିସ ବଡ଼ ପଦକ୍ଷେପ ଗ୍ରହଣ କରିଥିବା ବର୍ତ୍ତମାନ ସାମ୍ନାକୁ ଆସିଛି।

କମିଶନରେଟ ପୋଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଅନୁଯାୟୀ, ସବୁ ଆପାର୍ଟମେଣ୍ଟରେ ଆଇପି ବ୍ୟବସ୍ଥା ଥିବା କ୍ୟାମେରା ଲଗାଯିବ। ଆପାର୍ଟମେଣ୍ଟ ବାସିନ୍ଦା କଲ୍ୟାଣ ସଂଘ ପ୍ରବେଶ ଓ ପ୍ରସ୍ଥାନ ପଥରେ ଲଗାଇବେ। ତାହାର ତଥ୍ୟ କମିଶନରେଟ ପୋଲିସ ପାଖରେ ରହିବ।

ଉଲ୍ଲେଖନୀୟ, କିଛି ମାସ ତଳେ ପଟିଆରେ ଥିବା ଏକ ଫ୍ଲାଟରେ ବଡ଼ଧରଣର ଚୋରି ଏବଂ ଦୁଷ୍କର୍ମ ହୋଇଥିଲା। ମହିଳାଜଣକ ବାଲକୋନୀରେ ଥିବା କବାଟକୁ ବନ୍ଦ କରିବାକୁ ଭୁଲିଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାମେ ଘରେ ପଶି ମହିଳାଙ୍କଠୁ ସବୁ ଲୁଟିବା ପରେ, ଶେଷରେ ଦୁଷ୍କର୍ମ କରିଥିଲେ।