ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତୃପ୍ତି ଡିମ୍ରି । ସନ୍ଦୀପ ରେଡ୍ଡି ଭାଙ୍ଗାଙ୍କ ଆକ୍ସନ ଡ୍ରାମା ଫିଲ୍ମ ‘ଆନିମଲ’ରୁ ସେ ଲାଇମଲାଇଟକୁ ଆସିଥିଲେ । ଏହି ଫିଲ୍ମରେ ସେ ତାଙ୍କ ଭୂମିକାକୁ ନିକ୍ଷୁଣ ଭାବେ ଦର୍ଶାଇଥିଲେ ଯଦ୍ୱାରା ଅନେକ ଦର୍ଶକଙ୍କ ହୃଦୟ ଜିଣିପାରିଥିଲେ । ଏହା ତାଙ୍କୁ ରାତାରାତି ଷ୍ଟାର କରିଥିଲା । ତୃପ୍ତିଙ୍କ ଲୋକପ୍ରିୟତାକୁ ଦେଖି ଅନେକ ଫିଲ୍ମ ନିର୍ମାତାଙ୍କ ସେ ପ୍ରଥମ ପସନ୍ଦ ପାଲଟିଗଲେ ।
ତୃପ୍ତି ଡିମରି ୨୦୧୭ରେ ‘ପୋଷ୍ଟର ବୟଜ୍’ରୁ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ୨୦୨୦ରେ ‘ବୁଲବୁଲ’ ଏବଂ ୨୦୨୨ରେ ‘କାଲା’ରେ ନଜର ଆସିଥିଲେ । ଏହି ଦୁଇଟି ଫିଲ୍ମ OTTରେ ରିଲିଜ ହୋଇଥିଲା । ଏହା ପରେ ଦର୍ଶକଙ୍କ ଭଲ ରେସପନ୍ଦ ମିଳିଥିଲା । ୨୦୨୩ରେ ‘ଆନିମଲ’ ଫିଲ୍ମରେ ନଜର ଆସିଥିଲେ । ଏହା ପରେ ତାଙ୍କ ଭାଗ୍ୟୋଦୟ ହୋଇଥିଲା । ତୃପ୍ତିଙ୍କୁ ବ୍ୟାକ୍ ଟୁ ବ୍ୟାକ୍ ଅନେକ ଫିଲ୍ମ ପାଇଁ ଅଫର ମିଳିଲା । ରଣବୀର କପୁରଙ୍କ ସହ ଆନିମଲ ଫିଲ୍ମ ପରେ ସେ ଭିକି କୌଶଲଙ୍କ ସହ ‘ବ୍ୟାଡ୍ ନ୍ୟୁଜ୍’ ରେ ନଜର ଆସିଥିଲେ । ଏହା ପରେ ତାଙ୍କୁ ରାଜକୁମାର ରାଓଙ୍କ ‘ୱିକି ବିଦ୍ୟା କା ୱୋ ୱାଲା ଭିଡିଓ’ରେ ଅଭିନୟ କରିଥିଲେ । ବର୍ତ୍ତମାନ ତାଙ୍କୁ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ‘ଭୁଲ ଭୁଲୈୟା ୩’ରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ବିଦ୍ୟା ବାଲନ୍ ଏବଂ ମାଧୁରୀ ଦିକ୍ଷିତ ମଧ୍ୟ ନଜର ଆସିବେ । ନିକଟରେ ଏକ ସାକ୍ଷାତକାରରେ ଫିଲ୍ମର ନିର୍ଦ୍ଦେଶକ ଏନିସ୍ ବାଜମୀ(Anees Bazmee) ତୃପ୍ତିଙ୍କୁ ନେଇ ବଡ଼ ଖୁଲାସା କରିଥିଲେ । ଏହି ଫିଲ୍ମରେ ସେ ତୃପ୍ତିଙ୍କୁ କାଷ୍ଟ କରିବା ପଛର କାରଣ ସେ ଖୋଲି କହିଥିଲେ । ତାଙ୍କ ଉତ୍ତର ସମସ୍ତଙ୍କୁ ଚକିତ କରିଥିଲା । ଭୁଲ ଭୁଲୈୟା ୩ ପାଇଁ ତୃପ୍ତି ତାଙ୍କ ପ୍ରଥମ ପସନ୍ଦ ନଥିବା କହିଛନ୍ତି ଏନିସ୍ ବାଜମୀ । କିନ୍ତୁ ‘ଆନିମଲ’ ଫିଲ୍ମ ପରେ ତାଙ୍କୁ ମିଳିଥିବା ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏହି ଫିଲ୍ମରେ କାଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ କି ତାଙ୍କୁ ଫିଲ୍ମ ପାଇଁ ଏକ ନୂତନ ଚେହେରାର ଆବଶ୍ୟକତା ଥିଲା । ସେ ଏଭଳି ଆକ୍ଟ୍ରେସ ଖୋଜୁଥିଲେ ଯିଏ ପୂର୍ବରୁ କାର୍ତ୍ତିକଙ୍କ ସହ କେବେ କାମ କରିନଥିବେ । ବର୍ତ୍ତମାନ ତୃପ୍ତିଙ୍କ ପରଫରମାନ୍ସ ଟିମକୁ ପସନ୍ଦ ଆସିଛି । ସେ ଗତ ୭-୮ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ଆସୁଛନ୍ତି । ଆଜି ତୃପ୍ତି ଯେଉଁ ସଫଳତାର ଶୀର୍ଷରେ ଅଛନ୍ତି ଏହା ପଛରେ ତାଙ୍କ ସଂର୍ଘଷ ଓ ପରିଶ୍ରମ ରହିଛି । କହରଖୁଛୁ ଆସନ୍ତା ନଭେମ୍ବର ୧ ତାରିଖରେ ଭୁଲ ଭୁଲୈୟା ୩ ପ୍ରେକ୍ଷାଳୟରେ ରିଲିଜ୍ ହେବ ।