ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ଜାରି ଥିବା ବିବାଦ ମଧ୍ୟରେ ରୟାଲ କାନାଡିୟାନ ମାଉଣ୍ଟେଡ ପୋଲିସ (ଆରସିଏମପି)ର କମିଶନର ମାଇକ ଡ୍ୟୁହେମ ସ୍ୱୀକାର କରିଛନ୍ତି କି, କାନାଡାର ଅପରାଧୀ ଭାରତରର ଅପରାଧୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । କାନାଡା ପୋଲିସ ଓ ସରକାରୀ ଅଧିକାରୀମାନଙ୍କ ସହ ଏକ ସଂସଦୀୟ ସମିତିରେ ମଙ୍ଗଳବାରକୁ ଏହି ସୂଚନା ଦିଆଯାଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।
ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବାରମ୍ବାର ବିଭିନ୍ନ ପ୍ରସଙ୍ଗରେ ଭାରତକୁ ଟାଣୁଛନ୍ତି । ଖାଲିସ୍ଥାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜର ହତ୍ୟାରେ ଭାରତର ହାତ ଥିବା ନେଇ ଟ୍ରୁଡୋ ଦାବି କରିବା ସହ ଅନ୍ତରାଷ୍ଟ୍ରୀୟସ୍ତରରେ ଭାରତ ବିରୋଧି ଅଭିଯାନ ଚଳାଇଛନ୍ତି । ଏହାକୁ ନେଇ କାନାଡାର ସାଂସଦ ଗ୍ଲେନ ମୋଟଜ ମାଇକଙ୍କୁ ପଚାରିଥିଲେ, କିଛି ସମୟ ଆଗରୁ ଆପଣ କହିଲେ, ଭାରତ ମଧ୍ୟ ହିଂସ୍ର ଚରମପନ୍ଥୀଙ୍କ ଦ୍ୱାରା ପୀଡିତ । ଏହାର କଣ ଅର୍ଥ ରହିଛିା ଏହା ଉପରେ ଆରସିଏମପି କମିଶନର ମାଇକ ଡ୍ୟୁହେମ କହିଛନ୍ତି କି, ମୋର କହିବାର ଅର୍ଥ, ୧୪ ଅକ୍ଟୋବର ପରେ କିଛି ମଧ୍ୟ ସମ୍ଭବ । ଆମକୁ ଭାରତ ସହ ମିଶି କାମ କରିବାକୁ ହେବ । ସେମାନଙ୍କ ସମସ୍ୟା ବୁଝିବାକୁ ହେବ ।
ଭାରତ ସିଖ ବିଦ୍ରୋହୀ ଖାଲିସ୍ଥାନୀ ଆତଙ୍କୀଙ୍କୁ ନିଜ ସୁରକ୍ଷା ପ୍ରତି ବିପଦ କହିଛି । ଗତବର୍ଷ କାନାଡାରେ କିଛି ଅଜ୍ଞାତ ବନ୍ଧୁକଧାରୀ ନିଜ୍ଜରଙ୍କୁ ହତ୍ୟା କରିଥିଲେ । ଜଷ୍ଟିନ ଏହା ପଛରେ ଭାରତର ହାତ ଥିବା ନେଇ ବାରମ୍ବାର ଅଭିଯୋଗ କରୁଛନ୍ତି ଓ ପ୍ରତିଥର ଭାରତ ଏହି ଅଭିଯୋଗକୁ ଖଣ୍ଡନ କରୁଛି । ଏମିତି କି ଭାରତୀୟ ରାଷ୍ଟ୍ରଦୂତଙ୍କ ବିରୋଧରେ କାନାଡା କାର୍ଯ୍ୟାନୁଷ୍ଠାନ ପାଇଁ ମସୂଧା କରୁଥିବା ବେଳେ ଭାରତ ତାର ରାଷ୍ଟଦୂତ ୫ ଜଣଙ୍କୁ ସ୍ୱଦେଶ ଫେରାଇ ଆଣିଛି । ଆଉ ପୋଲିସ ଭାରତର ଦୃଷ୍ଟିଭଙ୍ଗୀକୁ ସଠିକ କହି କାନାଡା ଅପରାଧୀଙ୍କ ଦ୍ୱାରା ହିଂସା ହେଉଥିବା ସମ୍ଭାବନାର ଦିଗକୁ ଉଠାଇଛନ୍ତି ।