ଆଡଭାନ୍ସ ବୁକିଂରେ ବାଜି ମାରିଲା ‘ଭୁଲ ଭୁଲୈୟା ୩’, ‘ସିଂଘମ ଏଗେନ’ କବଜା କଲା ୬୦ ପ୍ରତିଶତ ସିଟ୍

ନୂଆଦିଲ୍ଲୀ: ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ସିଂଘମ ଏଗେନ ଏବଂ ଅନୀସ ବଜ୍ମିଙ୍କ ଫିଲ୍ମ ‘ଭୂଲ ଭୁଲୈୟା ୩’ ନଭେମ୍ବର ୧ ଅର୍ଥାତ ଆସନ୍ତାକାଲି ଶୁକ୍ରବାର ରିଲିଜ ହେବାକୁ ଯାଉଛି। ରିଲିଜ ପୂର୍ବରୁ ଏହି ଦୁଇଟି ଫିଲ୍ମକୁ ନେଇ ବଜାର ଗରମ ରହିଛି। ଏହା ବ୍ୟତୀତ ସିଂଘମ ଏଗେନ ଭାରତରେ ୬୦ ପ୍ରତିଶତ ସ୍କ୍ରିନରେ କବଜା କରିସାରିଛି। ସାରା ଦୁନିଆରେ ଏହି ଫିଲ୍ମ ୧୯୦୦ରୁ ଅଧିକ ସ୍କ୍ରିନରେ ରିଲିଜ ପାଇଁ ପ୍ରସ୍ତୁତ ଅଛି। ସ୍କ୍ରିନ ମାମଲାରେ ସିଂଘମ ଏଗେନ ଭୂଲ ଭୁଲୈୟା ୩କୁ ପଛରେ ପକାଇଛି। ଏବେ ଦେଖିବାକୁ ବାକି ରହିଲା, ଏହି ଦୁଇଟି ଫିଲ୍ମ ବକ୍ସ ଅଫିସରେ କିପରି ଧମାଲ କରିବେ। ଦୁଇଟି ଫିଲ୍ମରେ ବଡ଼ ବଡ଼ କଳାକାରମାନେ ଅଛନ୍ତି।

କାର୍ତ୍ତିକ ଆର୍ଯ୍ୟନ ଏବଂ ତୃପ୍ତି ଡିମରୀ ଲିଡ ରୋଲରେ ଅଛନ୍ତି। ଭୂଲ ଭୁଲୈୟା ୩ରେ ଏହି ଦୁଇଜଣଙ୍କ ସହ ମାଧୁରୀ ଦୀକ୍ଷିତ ଏବଂ ବିଦ୍ୟା ବାଲାନଙ୍କୁ ମଧ୍ୟ ଭଲ ଚରିତ୍ରରେ ଦେଖିବାକୁ ମିଳିବ। ସେହିପରି ସିଁଘମ ଏଗେନ ମଧ୍ୟ ରୋହିତ ଶେଟ୍ଟୀଙ୍କ ଏକ ବଡ଼ ଫିଲ୍ମ। ଏହି ଫିଲ୍ମରେ ମଧ୍ୟ ବଲିଉଡ ଷ୍ଟାରଙ୍କ ଏକ ଲମ୍ବା ଧାଡି ରହିଛି। ଫିଲ୍ମରେ ଅଜୟ ଦେବଗନ ଏବଂ କରୀନା କପୁରଙ୍କ ସହ ଏଥର ରଣବୀର ସିଂହ, ଅଜୟ କୁମାର, ଟାଇଗର ଶ୍ରଫ, ଦୀପିକା ପାଦୁକୋନ ଏବଂ ସଲମାନ ଖାନ ମଧ୍ୟ ନଜର ଆସିବେ।

ଏହି ଦୁଇଟି ଫିଲ୍ମର ଆଡଭାନ୍ସ ବୁଲିଂରେ ଭୂଲ ଭୁଲୈୟା ୩ ବାଜି ମାରିଥିଲା। ରିପୋର୍ଟ ମୁତାବକ ଏହି ଫିଲ୍ମ ୧.୬୯ କୋଟି ଟଙ୍କାର କଲେକ୍ସନ ଆଡଭାନ୍ସ ବୁକିଂ କରିଥିଲା। ଏହାର ୬୩ ହଜାର ୩୧୭ ଟିକେଟ ଆଡଭାନ୍ସ ବୁଲିଂ ହୋଇସାରିଛି। ୧ ନଭେମ୍ବରରେ ରିଲିଜ ହେଉଥିବା ଏହି ଫିଲ୍ମରେ ଲୋକଙ୍କର ଅନେକ ଆଶା ରହିଛି। ସେହିପରି ସିଂଘମ ଏଗେନର ଆଡଭାନ୍ସ ବୁକିଂ ଭୂଲ ଭୁଲେୟା ୩ ମାମଲାରେ କମ ରହିଛି। ରିପୋର୍ଟ ମୁତାବକ ସିଂଘମ ଏଗେନ ସମୁଦାୟ ୨୪ ହଜାର ୬୩୮ ଟିକେଟ ବିକ୍ରି କରିବା ସହ ଆଡଭାନ୍ସ ବୁଲିଂରେ ହାରାହାରି ୭୫ ଲକ୍ଷ ଟଙ୍କା କଲେକ୍ସନ କରିଛି।