ଦୀପାବଳିରେ ପୁରୁଣା ଝଗଡା ହେଲା ଉଗ୍ର, ଗଡିଲା ତିନି ପିଢିର ମୁଣ୍ଡ

ଅମରାବତୀ: ଦୀପାବଳି କାହା ପାଇଁ ଆଲୋକର ପର୍ବ ହୋଇ ଆସିଲା ତ ପୁଣି କାହା ସଂସାର ଉଜାଡି ଦେଇଗଲା । ଆନ୍ଧ୍ରପ୍ରଦେଶର କାକିନାଡାରେ ଦୀପବଳି ଅସରରେ ଏକ ପରିବାରରେ ଖେଳିଯାଇଛି ଶୋକର ଛାୟା । ପାଟିତୁଣ୍ଡରୁ ପରିବାରର ତିନି ପିଢିଙ୍କ ମୁଣ୍ଡ ଗଡିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସମସ୍ତଙ୍କୁ ପଛରରେ ଛେଚି ହତ୍ୟା କରାଯାଇଛି ।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି କି, ଏକ ପୁରୁଣା ପାଟିତୁଣ୍ଡକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦୀପାବଳି ରାତିରେ ସାମ୍ନାସାମ୍ନି ପରିସ୍ଥିତି ସୃଷ୍ଟି ହୋଇଥିଲା । ପୀଡିତ ପରିବାର ତରଫରୁ ଅଭିଯୁକ୍ତଙ୍କ ଉପରେ ଏକ କଡା ଟିପ୍ପଣୀକୁ ନେଇ ଦୁଇ ପରିବାର ମୁହାଁମୁହିଁ ହୋଇଥିଲେ । ଏହା ପରେ ମୃତକଙ୍କ ପରିବାର ଉପରେ ଅଭିଯୁକ୍ତ ପରିବାରର ଏକାଧିକ ବ୍ୟକ୍ତି ଆକ୍ରମଣ କରିବା ଆରମ୍ଭ କରିଥିଲେ । ସେମାନେ ପଥରରେ ଛେଚି ଛେଚି ପରିବାରର ମୁଖ୍ୟଙ୍କ ସହ ତାଙ୍କ ପୁଅ ଓ ନାତିଙ୍କୁ ହତ୍ୟା କରିଛନ୍ତି । ପୋଲିସ ଘଟଣାର ଯାଞ୍ଚ କରୁଛି । ତେବେ କାହାରିକୁ ଗିରଫ କରାଯାଇ ନାହିଁ । ପୋଲିସ

ସେପଟେ ଦିଲ୍ଲୀରେ ମଧ୍ୟ ଏକ ପରିବାରର ଦୁଇ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଛି . ସିସିଟିଭି ପୁଟେଜ ଯାଞ୍ଚ କରି ପୋଲିସ ଦେଖିବାକୁ ପାଇଛି କି, ସ୍କୁଟିରେ ଦୁଇ ଜଣ ବ୍ୟକ୍ତି ଆସିଥିଲେ । ସେମାନେ ଆଗ ପାଦ ଛୁଇଁଲେ । ଯେତେବେଳେ ବ୍ୟକ୍ତି ଘରକୁ ଯିବାକୁ ବୁଲିଲେ, ସ୍କୁଟିରେ ଆସିଥିବା ଲୋକ ତାଙ୍କ ଉପରକୁ ଗୁଳି ମାଡ କଲେ । ଏହି ଗୁଳିମାଡରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଉଭୟ ବାପ, ପୁଅ ଥିବା ଜଣାପଡିଛି ।