ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ: ୨ ଅଣକାଶ୍ମୀର ଯୁବକଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଶେଷ ହେବାର କିଛି ଦିନ ପରେ ଜମ୍ମୁ-କଶ୍ମୀରରେ ଆରମ୍ଭ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଥମିବାର ନାଁ ନେଉନାହିଁ। ଜମ୍ମୁ-କଶ୍ମୀରର ବଡଗାମର ମାଝାମା ଗାଁରେ ଆତଙ୍କବାଦୀମାନେ ଦୁଇ ଜଣ ଅଣକାଶ୍ମୀର ନାଗରିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଉଭୟ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ନାମ ସଞ୍ଜୟ ଓ ଉସମାନ ବୋଲି ଜଣାପଡ଼ିଛି। ଦୁହେଁ ୟୁପିର ସାହାରନପୁରର ବାସିନ୍ଦା। ସେମାନେ ବଡଗାମର ଜଳ ଜୀବନ ପ୍ରୋଜେକ୍ଟରେ କାମ କରୁଥିଲେ ।

ଗତ ୧୨ ଦିନ ମଧ୍ୟରେ ଜମ୍ମୁ-କଶ୍ମୀରରେ ଅଣ-କଶ୍ମୀରବାସୀଙ୍କ ଉପରେ ଏହା ଦ୍ୱିତୀୟ ଆକ୍ରମଣ। ଏହା ପୂର୍ବରୁ ଅକ୍ଟୋବର ୨୦ ତାରିଖରେ ଗଣ୍ଡରବାଲ ଜିଲ୍ଲାର ଗଗନଗିର ଅଞ୍ଚଳରେ ଆତଙ୍କବାଦୀମାନେ ୭ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ। ଜଣେ ଡାକ୍ତର ଙ୍କ ନାମ ଶାହନୱାଜ ଅହମ୍ମଦ ବୋଲି ଜଣାପଡିଛି । ଏହା ପୂର୍ବରୁ ଅକ୍ଟୋବର ୧୬ତାରିଖରେ ସୋପିଆନରେ ଜଣେ ଅଣସ୍ଥାନୀୟ ଯୁବକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ।

ଅକ୍ଟୋବର ୧୮ରୁ ନଭେମ୍ୱର ୧ ପର୍ଯ୍ୟନ୍ତ ଆତଙ୍କବାଦୀମାନେ ୫ଟି ଆକ୍ରମଣ କରିଛନ୍ତି। ଗତ ମାସ ୨୮ ତାରିଖ ସକାଳେ ପାକିସ୍ତାନ ସୀମା ନିକଟସ୍ଥ ଅଖନୁର ସେକ୍ଟରରେ ସେନା ଆମ୍ବୁଲାନ୍ସରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ସୌଭାଗ୍ୟବଶତଃ କେହି ମୃତାହତ ହୋଇନଥିଲେ। ତେବେ ଏହାର ଜବାବରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ।

ଜମ୍ମୁ-କଶ୍ମୀର ପୁଲିସ କହିଥିଲା ଯେ ସୋମବାର ସକାଳେ ସେନାର ଏକ ଆମ୍ବୁଲାନ୍ସ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ୩ ଜଣ ଆତଙ୍କବାଦୀ ଥିଲେ। ଏହାର ଜବାବରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ବାକି ସମସ୍ତେ ଫେରାର ଅଛନ୍ତି। ସେମାନଙ୍କୁ ଖୋଜା ଚାଲିଛି। ଆତଙ୍କବାଦୀମାନେ କେମିତି ଲୁଚିପାରୁଛନ୍ତି ବୋଲି ପଚାରିଥିଲେ।