କେବେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ? ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ରାଜ୍ୟର ଅନେକ ହିତାଧିକାରୀ ଟଙ୍କା ପାଇଥିବା ବେଳେ ଅନେକ ଏପର୍ଯ୍ୟନ୍ତ ଟଙ୍କା ପାଇନାହାଁନ୍ତି । ବାଦ୍ ପନିଥିବା ହିତାଧିକାରୀଙ୍କୁ ଟଙ୍କା ମିଳିବା ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

୧୦ ଦିନ ଭିତରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତ ମିଳିବ ବୋଲି ବଲାଙ୍ଗୀରରୁ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଚତୁର୍ଥ ପର୍ଯ୍ୟାୟ ଟଙ୍କା ପରବର୍ତ୍ତୀ ୧୫ ଦିନ ଭିତରେ ମିଳିବ ବୋଲି ସେ କହିଛନ୍ତି । ଅନ୍ୟପଟେ ନଭେମ୍ବର ଶେଷ ସପ୍ତାହରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ମିଳିବ ବୋଲି ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।

ତେବେ ପୂର୍ବରୁ ୨ଟି ପର୍ଯ୍ୟାୟରେ ୬୦ ଲକ୍ଷ ହିତାଧିକାରୀଙ୍କୁ ମିଳିସାରିଛି ୫ ହଜାର ଟଙ୍କା । ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା କେବେ ମିଳିବ ସେନେଇ ମହିଳାଙ୍କ ଭିତରେ ଦ୍ୱନ୍ଦ୍ୱ ଲାଗିରହିଥିଲା । କିନ୍ତୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ସୂଚନା ପରେ ଆଶ୍ୱସ୍ତି ପାଇଛନ୍ତି ହିତାଧିକାରୀ । ବହୁତ ଜଲଦି ଅର୍ଥାତ ନଭେମ୍ୱର ଶେଷ ସପ୍ତାହରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯିବା ନେଇ ସୂଚନା ମିଳିଛି । ମହାଲକ୍ଷ୍ମୀ ପୂଜାରେ ଆସିବ ହିତାଧିକାରୀଙ୍କ ଖାତାରେ ପଡ଼ିବ ସୁଭଦ୍ରା ଟଙ୍କା । ମାର୍ଗଶିର ମାସରେ ମହିଳାଙ୍କୁ ଏହି ଖୁସି ଖବର ମିଳିବ । ଯେଉଁମାନେ ଟଙ୍କା ପାଇ ନାହାଁନ୍ତି ସେମାନେ ଏହି ପର୍ଯ୍ୟାୟରେ ଟଙ୍କା ପାଇବେ ।

ଗତ ୧୭ ତାରିଖରେ ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନା ପ୍ରଧାମନ୍ତ୍ରୀଙ୍କ ମୋଦିଙ୍କ ହାତରେ ହିଁ ଶୁଭାରମ୍ଭ ହୋଇଥିଲେ । ପ୍ରଥମ କିସ୍ତିରେ ୨୫ ଲକ୍ଷ ମହିଳାଙ୍କ ଖାତାକୁ ଯାଇଥିଲା ୫ ହଜାର । ଏବେ ସୁଦ୍ଧା ୧ କୋଟିରୁ ଅଧିକ ମହିଳା ଆବେଦନ ଭରିବା ବେଳେ ମୋଟ ୬୦ ଲକ୍ଷ ୨୦ ହଜାର ମହିଳା ଏଥିରେ ସାମିଲ ହୋଇସାରିଲେଣି ।