ଆଜି ଏହି ଉପାୟରେ ଶିବଙ୍କୁ କରନ୍ତୁ ପ୍ରସନ୍ନ, ଧନ-ଧାନ୍ୟ ବୃଦ୍ଧି ସହ ଅଟକି ଥିବା କାର୍ଯ୍ୟ ହେବ ପୂରଣ

ଓଡ଼ିଶା ଭାସ୍କର: ସୋମବାର ଦିନ ଭଗବାନ ଶିବଙ୍କର ଉପାସନା କରିବା ସବୁଠୁ ଶୁଭ। ଯଦି ଅନେକ ଦିନରୁ କୌଣସି କାର୍ଯ୍ୟ ଅଟକ ରହିଛି ତେବେ ସୋମବାର ଦିନ ଶିବଲିଙ୍ଗ ଉପରେ ଜଳ, କ୍ଷୀର, ବେଲପତ୍ର ଏବଂ ଦୁଦୁରା ଫୁଲ ଅର୍ପଣ କରନ୍ତୁ। ଏପରି କରିବାରେ ମହାଦେବ ନିଜ ଭକ୍ତଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାଆନ୍ତି। ଏହା ବ୍ୟତୀତ ଅଜି ସୋମବାର ଦିନ ଏହି ବିଶେଷ ଉପାୟରେ ଜୀବନରେ ଚାଲିଥିବା ଭିନ୍ନ-ଭିନ୍ନ ସମସ୍ୟା ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

-ଯଦି ଆପଣ କୌଣସି ଇଣ୍ଟରଭ୍ୟୁ ପାଇଁ କୌଣସି କମ୍ପାନୀକୁ ଯାଉଛନ୍ତି ତେବେ ଘରୁ ବାହାରିବା ସମୟରେ ନିଜ ମୁହଁକୁ ଦର୍ପଣରେ ଦେଖି ବାହାରନ୍ତୁ ଏବଂ ମନରେ ଶିବକୁ ସ୍ମରଣ କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ମନ ପଜିଟିଭ ରହିବା ସହ ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ।
-ଯଦି ଆପଣଙ୍କର କୌଣସି କାର୍ଯ୍ୟ ହେଉନାହିଁ, ବ୍ୟାପାର ବାଣିଜ୍ୟରେ କ୍ଷତି ସହିବାକୁ ପଡୁଛି, ବିବାହ ହୋଇପାରୁନି ତେବେ ସୋସବାର ଦିନ ମନ୍ଦିରକୁ ଯାଇ ଶିବଙ୍କ ଉପରେ ଚଢିଥିବା ଦୁଇଟି ଧଳା ଫୁଲକୁ ଆଣି ପାଖରେ ରଖନ୍ତୁ। କାର୍ଯ୍ୟ ସିଦ୍ଧି ପରେ ଏହି ଫୁଲକୁ ବୋହୁଥିବା ପାଣିରେ ଭସାଇ ଦିଅନ୍ତୁ।
-ଯଦି ଘରେ ସମସ୍ତଙ୍କ ମଧ୍ୟରେ କଳହ ସୃଷ୍ଟି ହେଉଛି ଏବଂ ଆପଣଙ୍କ ମନ ବିଚଳିତ ରହୁଛି ତେବେ ସୋମବାର ଦିନ ଶିବଲିଙ୍ଗ ଉପରେ ବେଲପତ୍ର ଚଢାନ୍ତୁ। ଏଥିସହ ଗରିବ ଲୋକଙ୍କୁ ଏକ ପାତ୍ରରେ ଚାଉଳ ଦିଅନ୍ତୁ।
-ଯଦି ଆପଣଙ୍କ ପାଖେ ସବୁକିଛି ଥାଇ ଲାଗୁଛି ମୋ ପାଖେ କିଛି ନାହିଁ ତେବେ ସୋମବାର ଦିନ ୧୦୮ଥର ଶିବଙ୍କ ମନ୍ତ୍ର ଜପ କରନ୍ତୁ। ମନ୍ତ୍ର ହେଉଛି ‘ହୈ-ଓଁ ଏଁ ହ୍ରିଂ ସୋମାୟ ନମଃ’।