ନୂଆଦିଲ୍ଲୀ: ଆମର ଅଧିକାଂଶ କାମ ପାଇଁ ପରିଚୟ ପତ୍ରର ଆବଶ୍ୟକତା ପଡିଥାଏ । ଏଥିରେ ଆଧାର ପ୍ରାୟ ଯାଗାରେ ଦରକାରରେ ଆସେ । ତେବେ ଆଧାରରେ ମୋବାଇଲ ନମ୍ବର ଲିଙ୍କ ନ ଥିଲେ, ବିଭିନ୍ନ ସୂଚନା ମିଳିବା ସମ୍ଭବ ହୋଇନଥାଏ ଓ ଏଥିପାଇଁ ଅନେକ ସମୟରେ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ନ ମିଳିବାରୁ ଆପଣ ତାର ସୁବିଧା ପାଇବାରୁ ବଞ୍ଚିତ ହୋଇପାରନ୍ତି । ତେବେ ଅନେକ ସମୟରେ ବିଭିନ୍ନ କାରଣରୁ ଆମେ ମୋବାଇଲ ନମ୍ବର ବଦଳାଇଥାଉ । ଏମିତିରେ କେତେ ଥର ଜଣେ ଆଧାରରେ ନିଜ ମୋବାଇଲ ନମ୍ବର ଅପଡେଟ୍ କରିପାରିବେ ଜାଣିଛନ୍ତି କି?
ଭାରତରେ ପ୍ରାୟ ୯୦ ପ୍ରତିଶତ ଜନସଂଖ୍ୟାର ଆଧାର କାର୍ଡ ରହିଛି । ତେବେ ଆଧାରର କାର୍ଡରେ ଅନେକ ସମୟରେ ଭୁଲ ମୋବାଇ ନମ୍ବର ମଧ୍ୟ ରହିଥାଏ ବା ଆପଣ ନିଜ ନମ୍ବର ବଦଳାଇଥାନ୍ତି । ଏମିତିରେ କେମିତି ଓ କେତେଥର ଯାଏ ଜଣେ ନିଜ ମୋବାଇଲ ନମ୍ବରକୁ ଅପଡେଟ୍ କରିପାରିବେ ସେହି ସୂଚନା ଜାଣିବା ନିତାନ୍ତ ଜରୁରୀ ।
ତେବେ ଜାଣି ରଖନ୍ତୁ, ଆଧାର କାର୍ଡରେ ମୋବାଇଲ ନମ୍ବର ଅପଡେଟ କରିବାର କୌଣସି ଲିମିଟ ନାହିଁ । ଆପଣ ଯେତେଥର ଚାହିଁବେ, ସେତେଥର ନିଜ ଆଧାରରେ ମୋବାଇଲ ନମ୍ବର ପରିବର୍ତ୍ତନ କରିପାରିବେ । ହେଲେ ଏହି ଲିମିଟଲେସ ଅପଡେସନ ପାଇଁ ଏକ ନିର୍ଦ୍ଧିଷ୍ଟ ଫିସ ଦେବାକୁ ହେବ । ଏବେ କଥା ଆସୁଛି, କେମିତି ଆଧାର କାର୍ଡରେ ମୋବାଇଲ ନମ୍ବର ପରିବର୍ତ୍ତନ କରାଯାଇପାରିବ ?
ଆଧାରକାର୍ଡରେ କିଛି ତଥ୍ୟ ଅନଲାଇନରେ ଅପଡେଟ କରାଯାଇପାରେ । ଆଉ କିଛି ପାଇଁ ଆଧାର କାର୍ଡ ସେଣ୍ଟର ଯାଇ ଅପଡେଟ୍ କରିପାରନ୍ତି । ମୋବାଇଲ ନମ୍ବର ବଦଳାଇବାକୁ କୌଣସି ଆଧାର କାର୍ଡ ସେଣ୍ଟରକୁ ଯାଇ ଅପଡେଟ୍ କରିପାରିବେ । ସେଠାରେ ଏକ ଫର୍ମ ମିଳିବ । ସେଥିରେ ମୋବାଇଲ ନମ୍ବର ଅପଡେଟରେ ଟିକ କରିବାକୁ ହେବ ଓ ନୂଆ ନମ୍ବର ଦେବାକୁ ହେବ । ଏଥିପାଇଁ ସ୍ଥଳବିଶେଷରେ ଏକ ଫିସ ଦେବାକୁ ପଡିବ ।