ମାଗଣା କଣ କିଛି ହୁଏ, ବୁଝିଲାନି ଭିଜିଲାନ୍ସ, ଧରିଲା ଖାପ୍ କରି

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜେଇ । ଠିକାଦାରଙ୍କ ବିଲ କରେଇବାକୁ ୧୦ ହଜାର ଟଙ୍କା ନେଉଥିବା ବେଳେ ମାଡିବସିଛି ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା । ଜେଇ ଜଣକ ହେଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଅଶୋକ ପାଢୀ । ତାଙ୍କ ନିକଟରୁ ଭିଜିଲାନ୍ସ ଅଧିକାରୀଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କର ଦୁଇଟି ସ୍ଥାନରେ ରେଡ କରାଯାଇଛି ।

ସରକାର ବଦଳିଲା, ହେଲେ ସରକାରୀ ବାବୁମାନଙ୍କ ଉପୁରି ଖିଆ ନିଶା ଛାଡିଲାନି । ଗୋଟିଏ ପଟେ ୨-୩ ମାସ ହେବ ଭିଜିଲାନ୍ସ ଆକ୍ଟିଭ ହୋଇ ଉଠିଛି । ପ୍ରତି ଦିନ ପ୍ରାୟ ଗୋଟିଏ ଦୁଇଟି ଘଟଣା ସାମ୍ନାକୁ ଆସୁଛି, ହେଲେ ସୁଧୁରୁ ନାହାନ୍ତି ଲାଭଖୋର ଅଧିକାରୀ । ଏବେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବକ୍ରୃତା ଦେଲେ । ଅଧିକାରୀଙ୍କୁ ଶପଥପାଠ କରାଗଲା । ତଥାପି ସୁଧୁରିଲେନି ଫିରିଙ୍ଗିଆର ଜେଇ ଅଶୋକ ପାଢୀ ।

କାଳେ ଅଫିସରେ କି ବାହାରେ ଲାଞ୍ଚ ନେଲେ ଭିଜିଲାନ୍ସ ଧରିବ, ସେଥିପାଇଁ କ୍ୱାଟରରେ ଲାଞ୍ଚ ବାବଦକୁ ୧୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କ ରଙ୍ଗେ ହାତ ଧରିଛି । ତାଙ୍କ ବିରୋଧରେ ଆଣ୍ଟି ଭିଜିଲାନ୍ସ କେଶ ହେବା ସହ ତାଙ୍କ କ୍ୱାଟର ଓ ପୈତୃକ ଘର ଉପରେ ରେଡ କରାଯାଉଛି । ରେଡ ପରେ ଅଧିକ ତଥ୍ୟ ଜଣାପଡିବ ।

ତେବେ ଜଣେ ଠିକାଦାରଙ୍କ ବିଲ ଫାଇନାଲ କରାଇବାକୁ ଠିକାଦାର ଜେଇ ଅଶୋକ ପାଢୀଙ୍କୁ ଅନୁରୋଧ କରିବାରୁ ସେ ଏଥିପାଇଁ ୧୦ ହଜାର ଟଙ୍କା ମାଗିଥିଲେ । ଆଜି ସକାଳୁ ସକାଳୁ ଠିକାଦାର ଟଙ୍କା ନେଇ ତାଙ୍କ ସରକାରୀ ବାସ ଭବନରେ ଦେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ମାଡିବସିଥିଲେ ।