ଗବେଷଣା ରିପୋର୍ଟ: ମଣିଷର ସ୍ମରଣଶକ୍ତିକୁ ପ୍ରଭାବିତ କରୁଛି ଖାଦ୍ୟପେୟ, ମାଂସ-ଫାଷ୍ଟ ଫୁଡ୍ ସେବନ କଲେ ମୋଟାପା, ଡାଇବେଟିସ, କୋଲେଷ୍ଟେରଲ ସହ ଭୁଲିବା ସମସ୍ୟା ବଢ଼ିପାରେ

ନୂଆଦିଲ୍ଲୀ: ଆଜିକାଲି ଯୁବପୀଢ଼ିଙ୍କ ମଧ୍ୟରେ ନନ ଭେଜ୍ ଖାଦ୍ୟ ପ୍ରତି ଆକର୍ଷଣ ବଢ଼ିବାରେ ଲାଗିଛି । ତେବେ ଖାଦ୍ୟକୁ ନେଇ ଆମ ସମାଜରେ ଦେଖାଦେଇଥିବା ଏହି ପରିବର୍ତ୍ତିକ ଜୀବନଶୈଳୀ ଆମକୁ ଏକ ବଡ଼ ବିପଦ ଆଡ଼କୁ ନେଇଯାଉଛି । ନିୟମିତ ଫାଷ୍ଟ ଫୁଡ୍ ଓ ମାଂସ ସେବନ କରୁଥିବା ଲୋକମାନେ ଏବେଠାରୁ ସାବଧାନ ହୋଇ ଯାଆନ୍ତୁ । କାରଣ ମାଂସ ଓ ଫାଷ୍ଟ ଫୁଡ୍ ସେବ ଆପଣଙ୍କୁ ଅନେକ ବୀମାରୀକୁ ନିମନ୍ତ୍ରଣ ଦେଉଛି । ଆପଣମାନେ ଯଦି ଏହି ସବୁ ଖାଦ୍ୟ ନିୟମିତ ସେବନ କରୁଥାନ୍ତି, ତେବେ ଆପଣଙ୍କ ଠାରେ ମୋଟାପା, ଡାଇବେଟିସ, କୋଲେଷ୍ଟେଲ ସମସ୍ୟା ବଢ଼ିବାର ଆଶଙ୍କା ରହିଥାଏ । କେବଳ ସେତିକି ନୁହେଁ ଏହି ଖାଦ୍ୟ ସେବନ କାରଣରୁ ଆପଣଙ୍କ ଠାରେ ଭୁଲିବା ରୋଗ ମଧ୍ୟ ବଢ଼ିବାର ସମ୍ଭାବନା ବଢ଼ିଯାଇଥାଏ ବୋଲି ରିସର୍ଚ୍ଚରୁ ଏକ ବଡ଼ ଖୁଲାସା ହୋଇଛି ।

ସାଧାରଣ ଭାବେ ବୟସ ବଢ଼ିବା ସହ ମଣିଷଠାରେ ଭୁଲିବା ସମସ୍ୟା ବା ଅଲଝାଇମର ରୋଗ ଦେଖାଯାଇଥାଏ । ଏହି ବୀମାରୀ କାରଣରୁ ଆପଣଙ୍କ ବ୍ରେନର ଫଙ୍କସନରେ ହ୍ରାସ ଦେଖିବାକୁ ମିଳିଥାଏ । ଏବେ ବର୍ଦ୍ଧିତ ବୟସ ସହିତ ଖାଦ୍ୟପେୟର ଅଭ୍ୟାସ ଆମକୁ ଅନେକ ମାତ୍ରାରେ ପ୍ରଭାବିତ କରୁଛି । ରିସର୍ଚ୍ଚ ମୁତାବକ, ଯେଉଁ ଲୋକମାନେ ଦୈନିକ ମିଟ ଓ ଫାଷ୍ଟ ଫୁଡ୍ ସେବନ କରୁଛନ୍ତି, ବୟସ ବଢ଼ିବା ସହିତ ସେମାନଙ୍କ ଠାରେ ଭୁଲିବା ରୋଗ ଅଧିକ ବଢ଼ିବାରେ ଲାଗିଥାଏ । ଆମର ଖାଦ୍ୟପେୟର ଅଭ୍ୟାର ପ୍ରଭାବ ଆମର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସହ ଯୋଡ଼ି ହୋଇଥିବା ନୂଆ ଗବେଷଣାରୁ ଜଣାପଡ଼ିଛି । ଖାଦ୍ୟପେୟର ଅଭ୍ୟାସ ଆମର ନର୍ଭସ ସିଷ୍ଟମକୁ ପ୍ରଭାବିତ କରିବା ସହ ତାହା ସ୍ମରଣଶକ୍ତି ସହ ସିଧାସଳଖ ଭାବେ ସମ୍ବନ୍ଧ ରଖୁଛି ।

ଅଷ୍ଟ୍ରେଲିଆର ବଣ୍ଡ ୟୁନିଭରସିଟିର ଗବେଷକମାନେ ମୋଟ ୪୩୮ ଜଣ ଲୋକଙ୍କୁ ନେଇ ଏକ ପରୀକ୍ଷଣ କରିଥିଲେ । ଆମର ଖାଦ୍ୟପେୟର ଅଭ୍ୟାସ ସିଧାସଳଖ ଭାବେ ଆମର ସ୍ମରଣଶକ୍ତି ସହ ସମ୍ବନ୍ଧ ରହିଥିବା ସେଥିରୁ ସ୍ପଷ୍ଟ ହୋଇଛି । ଏଥିରେ ସାମିଲ ହୋଇଥିବା ୧୮୦ ଜଣ ଲୋକ ରିସର୍ଚ୍ଚ ସମୟରେ ଓ ପୂର୍ବରୁ ଅଧିକ ମାତ୍ରାରେ ମିଟ୍ ଓ ଫାଷ୍ଟ ଫୁଡ୍ ସେବନ କରିଥିବା ବେଳେ ସେମାନଙ୍କ ଠାରେ ଅଲଝାଇମର ବିମାରୀ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ଅବଶିଷ୍ଟ ୩୩୦ ଜଣ ଲୋକ ନିଜର ଖାଦ୍ୟପେୟର ଅଭ୍ୟାସ କାରଣରୁ ଏଥିରୁ ବର୍ତ୍ତି ଯାଇଥିଲେ । ନ୍ୟୁରୋଲୋଜିକାଲ ବୀମାରୀରେ ପୀଡ଼ିତ ଲୋକମାନେ ନିୟମିତ ଭାବେ ମିଟ ପାଇ, ପିଜା, ହେମବର୍ଗର, ମଦ୍ୟପାନ କରୁଥିବା ରିସର୍ଚ୍ଚରୁ ଜଣାପଡ଼ିଥିଲା । ସେହିପରି ଯେଉଁ ଲୋକମାନେ ନିୟମିତ ଭାବେ ଫଳ, ସବଜି, ଶସ୍ୟ, ବୀଜ ଜାତୀୟ ଖାଦ୍ୟ ସେବନ କରୁଥିଲେ ସେମାନଙ୍କ ଠାରେ ଅପେକ୍ଷାକୃତ କମ୍ ବୀମାରୀ ଆଶଙ୍କା ରହିଥାଏ । ତେଣୁ ମିଟ ଖାଦ୍ୟ ଖାଇବା ଦ୍ୱାରା ନ୍ୟୁରୋଲୋଜିକାଲ ସମସ୍ୟା ହୋଇଥାଏ ବୋଲି ଏଥିରୁ ସ୍ପଷ୍ଟ ହୋଇଛି । ତେଣୁ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଫଳ, ସବଜି, ଡାଲ, ନଟସ, କ୍ଷୀର, ଦହି, ଅଣ୍ଡା ସେବନ କରିବା ସହ ବାହାର ଖାଦ୍ୟକୁ ଦୂରେଇବା ଆବଶ୍ୟକ । ଏଥିସହିତ ଦୈନିକ ୩୦ ମିନିଟ ବ୍ୟାୟାମ କରିବା, ଓଜନକୁ ନିୟନ୍ତ୍ରଣରେ ରଖିବା, ୭-୮ ଘଣ୍ଟାର ପର୍ଯ୍ୟାପ୍ତ ନିଦ୍ରା ଯିବା, ୨-୩ ଲିଟର ପାଣି ପିଇବା, ଚାପକୁ ନିୟନ୍ତ୍ରଣ କରିବା ଆବଶ୍ୟକ ବୋଲି ପରାମର୍ଶ ଦିଆଯାଇଛି ।