ଶୀଘ୍ର କରନ୍ତୁ, NIT ବାହାର କଲା ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ବିଜ୍ଞପ୍ତି

ନୂଆଦିଲ୍ଲୀ: ନାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ମଣିପୁର ତରଫରୁ ବିଭିନ୍ନ ବିଭାଗ ପାଇଁ ସହାୟକ ପ୍ରଫେସର ପାଇଁ ଆବେଦନ ଆମନ୍ତ୍ରଣ କରାଯାଇଛି । ଏହି ସମ୍ମାନଜନକ ଦପଦ ପାଇଁ ଯୋଗ୍ୟ ଆଶାୟୀ ନଭେମ୍ବର ୧୯ ମଧ୍ୟରେ ଆବେଦନ କରିପାରିବେ । ଆବେଦନ କରିବାକୁ ମଣିପୁର ଏନଆଇଟି ଅଫିସିଆଲ ୱେବସାଇଟ www.nitmanipur.ac.in କୁ ଯାଇ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ସମ୍ବନ୍ଧିତ ଫର୍ମ ପୂରା କରି ଦାଖଲ କରିବାକୁ ହେବ ।

ତେବେ ଏହି ଆବେଦନ ପାଇଁ ଆଶାୟୀଙ୍କୁ ନିର୍ଦ୍ଧାରିତ ଶୁଳ୍କ ଦେବାକୁ ହେବ, ନୋହିଲେ ଆବେଦନ ପତ୍ର ସ୍ୱୀକାର କରିବ ନାହିଁ ଅନୁଷ୍ଠାନ । ସଂସ୍ଥା ଦ୍ୱାରା ଜାରି ଆଧିକାରିକ ସୂଚନା ମୁତାବକ, ମୋଟ ୨୨ ପଦବୀ ପାଇଁ ନିଯୁକ୍ତି ହେଉଛି । ଆଗ ଜାଣିନିଅନ୍ତୁ କେଉଁ କେଉଁ ପଦ ପଦବୀ ପାଇଁ ପୋଷ୍ଟ ବାହାରୁଛି ଆସନ୍ତୁ ଜାଣିନେବା ।

ସିଭିଲ ଇଞ୍ଜିନିୟରିଂ ବିଭାଗ ପାଇଁ- ୨ଟି ପଦ
କମ୍ପ୍ୟୁଟର ସାଇନ୍ସ ଆଣ୍ଟ ଇଞ୍ଜିନିୟରିଂରେ – ୩ ପଦବୀ
ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗ ପାଇଁ -୩ ପଦ
ଇଲେକ୍ଟ୍ରୋନିକ୍ସ ଆଣ୍ଡ କମୟୁନିକେଶନ ଇଞ୍ଜିନିୟରିଂ ପାଇଁ -୪ ପଦ

ଏହା ବ୍ୟତୀତ ଏଥିସମ୍ବନ୍ଧିତ ଅନ୍ୟ ବିଭାଗରେ ମଧ୍ୟ ଆସିଷ୍ଟାଣ୍ଟ ପ୍ରଫେସର ପଦରେ ନିଯୁକ୍ତି କରାଯିବ । ତେଣୁ ଆଶାୟୀ ଆବେଦନ କରିବା ଆଗରୁ ଥରେ ସେମାନଙ୍କ ସାଇଟକୁ ଯାଇ ଆବେଦନ ନୋଟିଫିକେସନକୁ ଭଲଭାବେ ଅନୁଧ୍ୟାନ କରି ନିଅନ୍ତି ଓ ଆବଶ୍ୟକୀୟ ଦସ୍ତାବିଜ ଓ ଅନ୍ୟ ସବୁ ତଥ୍ୟ ସଂଗ୍ରହ କରିନିଅନ୍ତୁ, ଯେମିତି ଆବେଦନ କାଳରେ କୌଣସି ସମସ୍ୟା ହେବାନାହିଁ । କାରଣ ଆବେଦନ ପତ୍ରରେ କୌଣସି ତ୍ରୁଟି ବା ଅପୂର୍ଣ୍ଣତା ଥିଲେ, ଆବେଦନ ପତ୍ର ଖାରଜ ହୋଇଯିବ ।

ଏଥିପାଇଁ ଏନଆଇଟି www.nitmanipur.ac.in କୁ ଭିଜିଟ କରି ଆସିଷ୍ଟାଣ୍ଟ ପ୍ରଫେସର ରିକ୍ରୁଇଟମେଣ୍ଟର ଅପସନକୁ କ୍ଲିକ କରନ୍ତୁ । ତା ପରେ ଆସିଷ୍ଟାଣ୍ଟ ପ୍ରଫେସର ଭର୍ତ୍ତି ପାଇଁ ଅନଲାଇନ ଆବେଦନ ଲିଙ୍କରେ କ୍ଲିକ କରନ୍ତୁ । ଫର୍ମରେ ସମସ୍ତ ତଥ୍ୟ ଭରି ଦିଅନ୍ତୁ ।