ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ପୁଣି ଆସିଛି ଏକ ନିଯୁକତି ସୁଯୋଗ । ଏଥିପାଇଁ ନଭେମ୍ବର ୬ରୁ ୨୨ ତାରିଖ ମଧ୍ୟରେ ଆଶାୟୀମାନେ ଆବେଦନ କରିପାରିବେ । ମୋଟ ୩୧ଟି ପଦ ଖାଲି ରହିଥିବା ବେଳେ ଅଣସଂରକ୍ଷିତଙ୍କ ପାଇର୍ ୧୬ଟି, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି)ଙ୍କ ପାଇଁ ୩ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୫ଟି ଓ ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୭ଟି ପଦ ଖାଲି ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।
ପ୍ରାର୍ଥୀଙ୍କୁ ୧,୪୪,୮୪୦- ୧,୯୪,୬୬୦ ସ୍କେଲରେ ବେତନ ସହିତ ମହଙ୍ଗା ଭତ୍ତା (ଡିଏ) ଓ ଅନ୍ୟାନ୍ୟ ଭତ୍ତା ପ୍ରଦାନ କରାଯିବ । ଏହି ପଦରେ ଆବେଦନ ପାଇଁ ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସରକାରୀ ଶିକ୍ଷାନୁଷ୍ଠାନରୁ ଆଇନରେ ସ୍ନାତକ ପାସ୍ କରିଥିେବେ । ପ୍ରାର୍ଥୀ ଚଳିତ ବର୍ଷ ଏପ୍ରିଲ ମାସ ପହିଲା ସୁଦ୍ଧା ଜଣେ ଆଡଭୋକେଟ ଭାବେ ଅତିକମରେ ୭ ବର୍ଷର ଅଭ୍ୟାସ କରିଥିବେ । ସେହିପରି ଏପ୍ରିଲ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୩୫ ଓ ସର୍ବାଧିକ ବୟସ ୪୫ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ ।
ନୋଟିଫିକେସନ ଲିଙ୍କ: https://ohcrecruitment.in/ohc/advertisements/25/advertisement_bar.pdf?v=2