ଆମେରିକାରେ ପ୍ରତି ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ପରେ ମିଳୁଥିବା ସୁଟକେଶ, ଆଜି ବି ରହସ୍ୟ ଘେରରେ?

ନୂଆଦିଲ୍ଲୀ- ଡୋନାଲ୍ଡ ଟ୍ରମ୍ପ ହେଲେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ୪୭ ତମ ରାଷ୍ଟ୍ରପତି । ଆମେରିକୀୟ ନିୟମ ଅନୁଯାୟୀ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ତାଙ୍କୁ ମଧ୍ୟ ମିଳିବ ଦୁଇଟି କଳା ସୁଟକେଶ । ତେବେ କାହିଁକି ଏହି କଳା ସୁଟକେଶ ସବୁ ରାଷ୍ଟ୍ରପତିଙ୍କୁ ଦିଆଯାଇଥାଏ ? କଣ ରହିଥାଏ ଏହି ସୁଟକେଶ ଭିତରେ? ଜାଣିଛନ୍ତି…

ଆମେରିକାରେ ନିୟମ ରହିଛି, ଜଣେ ନୂଆ ରାଷ୍ଟ୍ରପତି ଶପଥ ନେବା ପରେ ପରେ ତାଙ୍କୁ ଏକ ବ୍ଲାକ ସୁଟକେଶ ମିଳିଥାଏ । ଏହି ବ୍ୟାଗକୁ ନ୍ୟୁକ୍ଲିୟର ଫୁଟବଲ ବୋଲି କୁହାଯାଏ । ଏହି ସୁଟକେଶକୁ ପୁରୁଣା ରାଷ୍ଟ୍ରପତି ଦେଇଥାନ୍ତି ନୂଆ ରାଷ୍ଟ୍ରପତିଙ୍କୁ । ଏହାକୁ ଆମେରିକାରେ କୁହାଯାଏ ପରମାଣୁ ଠିକଣାର ଚିଠା ଓ ସେସବୁକୁ ଲଞ୍ଚ କରିବାର ବଟନ ଥାଏ । ଏହି ବ୍ୟାଗ ଆମେରିକା ରାଷ୍ଟ୍ରପତିଙ୍କୁ ମିଳିବା ପରେ ସେ କୌଣସି ସ୍ଥାନରୁ ପରମାଣୁ ଅସ୍ତ୍ର ଲଞ୍ଚ କରିପାରିବେ । ଏମିତିକି ଜଣେ ରାଷ୍ଟ୍ରପତି ଯୁଆଡେ ବି ଯାଆନ୍ତୁ, ତାଙ୍କ ସହ ସବୁ ସମୟରେ ଏହି ଆଟାଚ ରହିଥାଏ । ଆହୁରି ମଧ୍ୟ କୁହାଯାଏ କି, ଏଥିରେ ଆହୁରି ଅଧିକ ସମ୍ବେଦନଶୀଳ ତଥ୍ୟ ମଧ୍ୟ ରହିଥାଏ ।

୧୯୬୦ ଶୀତଳ ଯୁଦ୍ଧରୁ ଆଜି ଯାଏଁ ପ୍ରତି ରାଷ୍ଟ୍ରପତିଙ୍କୁ ତାଙ୍କ ଶପଥ ଗ୍ରହଣ ପରେ ପରେ ଏହି ଅତି ସାଧାରଣ ଦିଶୁଥିବା କଳା ବ୍ୟାଗ ଦିଆଯାଇଥାଏ । ଏହାକୁ ସ୍ୱତନ୍ତ୍ର ମିଲିଟାରୀ ଅଧିକାରୀ ବହନ କରିଥାନ୍ତି । ଏହାକୁ ଫୁଟବଲ, ନ୍ୟୁକ୍ଲିୟ ଫୁଟବଲ ବୋଲି ମଧ୍ୟ କୁହାଯାଏ । ଏହି ନିଷ୍ପତ୍ତି ୧୯୬୨ରେ ତକ୍ରାଳୀନ ରାଷ୍ଟ୍ରପତି ଜନ କେନେଡିଙ୍କ ଦ୍ୱାରା ନିଆଯାଇଥିଲା କୁବାନ ମିଜାଇଲ ସଙ୍କଟ ପରେ ପରେ ।