ଚମତ୍କାରୀ ସନ୍ତୋଷୀ ମା’ ମନ୍ଦିର, ଏଠିକୁ ଥରେ ଆସିଲେ କୋଟି ପାପ ନାଶ ହୋଇ, ପୂରା ହୁଏ ସବୁ ଇଛା

ଓଡିଶା ଭାସ୍କର: ଆଜି ଶୁକ୍ରବାର, ମା’ ସନ୍ତୋଷୀଙ୍କ ଆରାଧନାର ଦିନ । ଏହି ଦେବୀଙ୍କର ରହିଛି ଅନେକ ମହାତ୍ମ୍ୟ । ଦେବୀ ସାମାନ୍ୟରେ ପ୍ରସନ୍ନ ହେବା ସହ ପୂରଣ କରନ୍ତି ସମସ୍ତ ମନସ୍କାମନା । ତେବେ ଆମ ଦେଶରେ ଏମିତି ଗୋଟିଏ ମନ୍ଦିର ରହିଛା ମାତା ସନ୍ତୋଷୀଙ୍କର, ଯେଉଁ ମନ୍ଦିରରେ ପାଦ ଥାପିଲେ ଶ୍ରଦ୍ଧାଳୁଙ୍କ ଅନେକ ମନସ୍କାମନା ପୂରା ହୁଏ । ତେବେ ଏହି ମନ୍ଦିର ପ୍ରସିଦ୍ଧ, ବନ୍ଧ୍ୟା ମହିଳାଙ୍କୁ ସନ୍ତାନ ଦେବାରେ ।

ଉତ୍ତର ପ୍ରଦେଶର ବହରାଇଚରେ ରହିଛି ଏହି ଚମକ୍ରାରୀ ମନ୍ଦିର । ମନ୍ଦିରର କାନ୍ଥ ଅତ୍ୟନ୍ତ ରହସ୍ୟମୟୀ ମନେହୁଏ । ମନ୍ଦିର କାନ୍ଥରେ ଏକ ବିରାଟକାୟ ଚିତ୍ର ରହିଛି, ଯାହା ଅନ୍ୟ କାରୁକାର୍ଯ୍ୟଠାରୁ ଅଧିକ ରହସ୍ୟରେ ପୂର୍ଣ୍ଣ । ଏକ ବିରାଟକାୟ ରାକ୍ଷସର ମୁହଁ ଭିତରେ ଅନ୍ୟ ଏକ ରାକ୍ଷସର ମୁହଁ, ତା ଭିତରୁ ମାତା ସନ୍ତୋଷୀଙ୍କ କମନୀୟ ମୁଖ ଝଟକୁଥାଏ । ସତେକି ଏହି ଚିତ୍ର କହୁଥାଏ, ସବୁ ବିପଦ ହରଣ କରି ସେ ମଣିଷକୁ ସୁରକ୍ଷା ଦେଉଛନ୍ତି । ତାଙ୍କ ସ୍ଥିତି ପ୍ରତିପାଦନ କରୁଛନ୍ତି ।

ବିଶ୍ୱାସ ରହିଛି, ଶ୍ରଦ୍ଧା ଓ ବିଶ୍ୱାସର ସହ ଏହି ମନ୍ଦିରକୁ ଆସି ଏଠାରେ ମାତାଙ୍କ ଦର୍ଶନ ମାତ୍ରକେ କୋଟି ଜନ୍ମର ପାପ ଦୂର ହୁଏ । ମାତାଙ୍କ କୃପାବୃଷ୍ଟି ହୁଏ ତାଙ୍କ ଭକ୍ତଙ୍କ ଉପରେ । ମନ୍ଦିରରେ ମାତାଙ୍କ ଦର୍ଶନ କଲେ ବର୍ଷ ବର୍ଷ ଧରି ବିଭିନ୍ନ ଆଧୁନିକ ଚିକିତ୍ସା ସତ୍ତେ୍ୱ ସନ୍ତାନ ସୁଖରୁ ବଞ୍ଚିତ ମହିଳା ସନ୍ତାନପ୍ରାପ୍ତ କରିଥାନ୍ତି । ତାଙ୍କ ଶୂନ୍ୟ କୋଳ ମାତାଙ୍କ ଆଶୀର୍ବାଦରୁ ପୂର୍ଣ୍ଣ ହୋଇ ଜୀବନର ସବୁ ଦୁଃଖ ଦୂର ହୁଏ ।

ଖାଲି ସେତିକି ନୁହେଁ, ଏହି ମନ୍ଦିରକୁ ଯିଏ ଯେଉଁ ଅଭିଳାଶ ନେଇ ଆସିଥାନ୍ତି, ମାତା ସେମାନଙ୍କ ସବୁ କାମନା ପୂରଣ କରିଥାନ୍ତି । ଏଥିପାଇଁ ଆବଶ୍ୟକ ହୋଇଥାଏ ମାଙ୍କ ପ୍ରତି ସମର୍ପଣଭାବ ଓ ଭକ୍ତି । ଏତିକି ମାତ୍ର ଦେଇ ଭକ୍ତ ମାତା ସନ୍ତୋଷୀଙ୍କୁ ସନ୍ତୁଷ୍ଟ କରି ଆଶୀଷ ଲାଭ କରନ୍ତି ।