ବେଞ୍ଜାମିନ ନେତନ୍ୟାହୁଙ୍କ ଘର ଉପରେ ଦ୍ୱିତୀୟ ଥର ଆକ୍ରମଣ, ଜାଣନ୍ତୁ କେମିତି ଅଛନ୍ତି ପିଏମ

ନୂଆଦିଲ୍ଲୀ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଘର ଉପରେ ପୁଣି ଆକ୍ରମଣ ଖବର ସାମ୍ନାକୁ ଆସିଛି। ଟାଇମ୍ସ ଅଫ ଇସ୍ରାଏଲ ଅନୁସାରେ, ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ସିଜେରିୟା ସ୍ଥିତ ଘର ଉପରେ ପୁଣିଥରେ ଆକ୍ରମଣ କରାଯାଇଛି। ପିଏମଙ୍କ ଘର ଉପରେ ୨ ପ୍ଲେୟର୍ସ ପକାଯାଇଥିଲା, ଯାହା ଇସ୍ରାଏଲର ପିଏମଙ୍କ ଘର ଅଗଣାରେ ପଡିଛି। ଏହି ଘଟଣା ସଂପର୍କରେ ଇସ୍ରାଏଲ ପୋଲିସ ସ୍ପଷ୍ଟ କରିଛି। ଏହି ଆକ୍ରମଣ କିଏ କରି କରିଛି ଏବଂ କେଉଁଠୁ ହେଉଛି, ଏନେଇ କୌଣସି ସୂଚନା ମିଳିନାହିଁ।

ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଘର ଉପରେ ଆକ୍ରମଣକୁ ନେଇ ଇସ୍ରାଏଲ ସୁରକ୍ଷା ଏଜେନ୍ସି ଶିନ ବେଟ ଏକ ବିବୃତ୍ତି ଜାରି କରି କହିଛି ଯେ, ଏହି ଘଟଣାରେ କୌଣସି ପ୍ରକାର କ୍ଷତି ଘଟିବାର ଖବର ମିଳିନାହିଁ। ଆକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଏବଂ ତାଙ୍କ ପରିବାର ନିଜ ନିବାସରେ ଉପସ୍ଥିତ ନଥିଲେ। ଏହି ଘଟଣାକୁ ନେଇ ତଦନ୍ତ ଜାରି ରହିଛି।