ସ୍ମୃତି ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ‘ଲଭ୍ ହରମୋନ’; ରିସର୍ଚ୍ଚରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: ଆଜିକାଲି ଚିକିତ୍ସା କ୍ଷେତ୍ରରେ ମେଡିକାଲ ସାଇନ୍ସ ବହୁତ ଅଗ୍ରଗତି କରୁଛି । ବ୍ୟକ୍ତିର ବ୍ୟବହାର ବିଷୟରେ କୌଣସି ଡାକ୍ତର କିମ୍ବା ବୈଜ୍ଞାନିକଙ୍କୁ ପଚାରିଲେ ସେମାନେ କହିବେ ଏହା ପଛରେ ‘ହରମୋନ୍‌’ ଦାୟୀ । ମନୁଷ୍ୟ ମଧ୍ୟରେ ଭାବନା, ସମ୍ବେଦନା ଓ ବିଶ୍ୱାସ ସୃଷ୍ଟି କରିବା ପାଇଁ ଏହି ହରମୋନ୍ ଦାୟୀ । ଏହାକୁ ‘ଅକ୍ସିଟୋସିନ୍ ହରମୋନ୍‌’ କୁହାଯାଏ । ଏହା ବ୍ୟତୀତ ‘ଲଭ୍ ହରମୋନ୍‌’ କିମ୍ବା ‘କଡଲ ହରମୋନ୍‌’ ଭାବେ ମଧ୍ୟ ଜଣାଯାଏ । ଏହା ବ୍ୟକ୍ତିର ଶିକ୍ଷା ଏବଂ ସ୍ମୃତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବା ସହ ଅନେକ ଚିକିତ୍ସାରେ ମଧ୍ୟ ସହାୟକ ହୋଇଥାଏ ।

ଟୋକିଓ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଗବେଷକ ଜୁନପେଇ ତାକାହାଶୀ ଏବଂ ପ୍ରଫେସର ଆକିଓଶୀ ସାଇତୋଶଙ୍କ ସହ ଫ୍ଲୋରିଡା ବିଶ୍ୱବିଦ୍ୟାଳୟରୁ ପିଏଚଡି କରିଥିବା ମେରିଡିଶ ବେରୀ ଏକ ଅଧ୍ୟୟନ କରିଥିଲେ । ଅକ୍ସିଟୋସିନ୍ ମନୁଷ୍ୟ ମସ୍ତିଷ୍କ ଉପରେ କ’ଣ ପ୍ରଭାବ ପକାଇଥାଏ ସେ ବିଷୟରେ ଅଧ୍ୟୟନ କରିଥିଲେ । ଡିମେନସିଆ, ଅଲଜାଇମର ଏବଂ ଅଫିମ ନିଶା ଉପଚାରରେ ଏହାର ଭୂମିକା ବିଷୟରେ ଅନୁସନ୍ଧାନ କରିଥିଲେ । ଅକ୍ସିଟୋସିନ୍ ସ୍ମୃତି ଗଠନ କରିବା ଏବଂ ଏହାକୁ ବଜାୟ ରଖିବାରେ ସହାୟକ ହୁଏ କି ନାହିଁ ବୋଲି ପ୍ରଫେସର ସାଇତୋଶ ଜାଣବାକୁ ଚାହୁଁଥିଲେ । ଏଥିପାଇଁ ଗବେଷକ ଟିମ୍ ପ୍ରଥମେ ମୂଷାଙ୍କ ଉପରେ, ସେମାନଙ୍କ କଗନିଟିଭ୍ ଫଙ୍କସନ୍ ଜାଣିବା ପାଇଁ, ପ୍ରୟୋଗ କରାଯାଇଥିଲା । ଗବେଷକମାନେ ମୂଷାଙ୍କ ମସ୍ତିଷ୍କକର କିଛି ଅଂଶରେ ଅକ୍ସିଟୋସିନ ଆକ୍ଟିଭେଟେଡ୍ ନ୍ୟୁରନଗୁଡ଼ିକୁ ସକ୍ରିୟ କରିଥିଲେ । ଏହା ଦ୍ୱାରା ବୈଜ୍ଞାନିକମାନେ ଏହା ଜାଣିପାରନ୍ତି କି କୌଣସି ଜୀବ ଗୋଟିଏ ଜିନିଷକୁ ଥରୁଟିଏ ଦେଖିସାରିଲା ପରେ କେତେ ଭଲ ଭାବରେ ସେହି ବସ୍ତୁକୁ ଚିହ୍ନଟ କରିପାରେ । ଏହି ପରୀକ୍ଷଣର ଫଳାଫଳରୁ ପ୍ରକାଶ କି ସ୍ମୃତି ଏବଂ ଭାବନାତ୍ମକ ପ୍ରତିକ୍ରିୟା ସହ ଜଡ଼ିତ କ୍ଷେତ୍ରଗୁଡ଼ିକ ସକ୍ରିୟ ହୋଇଥାଏ । ଏହା ସହ ସ୍ମରଣଶକ୍ତି ଦୀର୍ଘସ୍ଥାୟୀ ହୋଇଥାଏ । ଅକ୍ସିଟୋସିନକୁ ଓପିଆଇଡ୍ସ(ଏକ ପ୍ରକାଶ ନିଶା ପଦାର୍ଥ) ସହ ମିଶାଇ ମନୁଷ୍ୟଙ୍କ ଠାରେ ନିଶା ନିବାରଣ ପାଇଁ ବ୍ୟବହାର କରାଯାଇଥାଏ । ବିଶେଷ କରି ବୟସ୍କ ଲୋକଙ୍କ ଠାରେ ଯନ୍ତ୍ରଣା ନିବାରଣ ଭାବରେ ଅକ୍ସିଟୋସିନ୍ ବ୍ୟବହାର କରାଯାଇଥାଏ । କହିରଖୁଛୁ ଏହି ସମ୍ପୂର୍ଣ୍ଣ ଅଧ୍ୟୟନ PLOSone ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିଲା ।