କଳାହାଣ୍ଡି: ପ୍ରତିଭା ସାମ୍ନାରେ ହାର ମାନିଲା ବୟସ । ଯେଉଁ ବୟସରେ ଖେଳିବା କଥା ସେହି ବୟସରେ ନିଜ ପ୍ରତିଭାର ଚମକ ଦେଖାଇ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ବୟସ ମାତ୍ର ୪ କିନ୍ତୁ ବିଚକ୍ଷଣ ସ୍ମରଣ ଶକ୍ତି । ଆପଣମାନେ ତାଙ୍କ ପାଟିରୁୁ କଥା ଶୁଣିଲେ ଚକିତ ହୋଇଯିବେ । ମୁଖରେ ଅନର୍ଗଳ ମନ୍ତ୍ର, ଶୋକ୍ଲ, ଜାତୀୟ ସଙ୍ଗୀତ ଗାଉଛନ୍ତି ସିଦ୍ଧେଶ୍ୱରୀ । ଏତେ କମ ବୟସରେ ଦେଶ ବିଦେଶର ସାଧାରଣ ଜ୍ଞାନ ମନେ ରଖିବା ସହିତ ଜିଲ୍ଲା ଗୁଡିକର ନାମ, ରାଜ୍ୟ ରାଜଧାନୀ, ମନ୍ତ୍ର ଶ୍ଳୋକ, ଜାତୀୟ ସଙ୍ଗୀତ ନିର୍ଭୁଲ ଭାବରେ କହି ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ନାମ ସ୍ଥାନିତ କରିଥିବା କୁନି ପ୍ରତିଭା ହେଉଛନ୍ତି ସିଦ୍ଧେଶ୍ୱରୀ ଗଉଡ଼ ।
ଗଞ୍ଜାମ ଜିଲ୍ଲା ସରୋଡା ବ୍ଲକ ଅନ୍ତର୍ଗତ ଲାଠିଗୁଡା ପଞ୍ଚାୟତରେ ତାଙ୍କ ଗାଁ । ବାପା ମିଳନ ଗଉଡ଼ ଓ ମାଆ ଟିକିଲତା ଗଉଡ଼ । ବାପା ଗୋଲାମୁଣ୍ଡା ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଅଛନ୍ତି ଏବଂ ଝିଅ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଗୋଲାମୁଣ୍ଡାରେ ଶିଶୁବୋଧ ଶ୍ରେଣୀରେ ପାଠ ପଢ଼ନ୍ତି । ସତରେ ସିଦ୍ଧେଶ୍ୱରୀ କେବଳ ନିଜ ବାପା ମାଆ, ଗାଁ ନୁହେଁ ବରଂ ସାରା ଦେଶ ପାଇଁ ଗର୍ବ ।