fbpx

ଭୋକ ଲାଗୁନି କି? ତେବେ ଆପଣାନ୍ତୁ ଏହି ଉପାୟ

ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ପୋଷକ ତତ୍ତ୍ୱ ଆବଶ୍ୟକ ହୋଇଥାଏ, ଯାହାକି ଆମର ଖାଦ୍ୟରେ ରହିଥାଏ । କିନ୍ତୁ ଏପରିକି କିଛି ଲୋକ ରହିଛନ୍ତି, ଯେଉଁମାନଙ୍କୁ ଭୋକ ଲାଗିନଥାଏ । ଏଭଳି ପରିସ୍ଥିତିରେ କମ୍ ଖାଦ୍ୟ ଗ୍ରହଣ କରି ବ୍ୟକ୍ତି କୁପୋଷଣର ଶିକାର ହୋଇଥାନ୍ତି । ଯଦି ଆପଣ ବି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆପଣାନ୍ତୁ ଏହି ଉପାୟ..

-ଏଭଳି ବ୍ୟକ୍ତି ଖାଇବାରେ ମୂଳା ସାମିଲ କରିବା ଆବଶ୍ୟକ । ଖାଦ୍ୟ ସହ ମୂଳା ସାଲାଡ ବି ଗ୍ରହଣ କରନ୍ତୁ । ଏଥିରେ କଳା ଲୁଣ ଓ କଳା ଲଙ୍କା ଲଗାଇ ଖାଇଲେ ହଜମ ପ୍ରକ୍ରିୟା ଭଲ ହୋଇଥାଏ । ପାଚନ ପ୍ରକ୍ରିୟା ଭଲ ହେବା ଦ୍ୱାରା ଆପଣଙ୍କୁ ଭୋକ ଲାଗିବ ।

-ମୂଳା ସହ ଟମାଟୋ ସାଲାଡ ଖାଇବା ବି ଲାଭ ଦାୟକ ହୋଇଥାଏ ।

-ସେଓ ବି ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ପ୍ରତିଦିନ ଏକ ପ୍ଲାସ ସେଓ ରସରେ ଅଳ୍ପ ଚିନି ମିଶାଇ ପିଇବା ଦ୍ୱାରା ଭୋକ ଲାଗିଥାଏ ।

-ସବୁଜ ଧନିଆ ରସ ବି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଭୋକ ନଲାଗୁଥିଲେ ଏହାର ରସକୁ କିଛି ଲୁଣ ପକାଇ ପିଅନ୍ତୁ । ଦେଖିବେ ଆପଣଙ୍କୁ ଖୁବଶୀଘ୍ର ଭୋକ ଲାଗିବ ।

Get real time updates directly on you device, subscribe now.