Vivo ଲଞ୍ଚ କଲା ଦମଦାର କ୍ୟାମେରାର ଶସ୍ତା 5G Smartphone, ଫିଚର୍ସ ଦେଖିଲେ କହିବେ ଆରେ ବାଃ..

ନୂଆଦିଲ୍ଲୀ: ଭିଭୋ ଭାରତରେ ନିଜ ମିଡ-ରେଞ୍ଜ ସ୍ମାର୍ଟଫୋନ ଭିଭୋ Y300 ଲଞ୍ଚ କରିଛି । କମ୍ପାନୀ କ୍ୱାଲକମ qualcomm snapdragon ୪ ଜେନ ଏବଂ୨ ଏବଂ ଆଣ୍ଡ୍ରଏଡ ୧୪ ସହ Y300କୁ ଜାରି କରିଛି । ଖାସ କଥା ହେଉଛି, ଏହି ଡିଭାଇସରେ ୫୦ଏମପିର ସୋନି IMX882  ସେନ୍ସର ମିଳୁଛି ଏବଂ ସେଲ୍ଫି କ୍ୟାମେରା ଆହୁରି ଜବରଦସ୍ତ । ଆସନ୍ତୁ ଜାଣିବା ସ୍ମାର୍ଟଫୋନ କଣ ରହିଛି ଖାସ..

ସ୍ପେଶିଫିକେସନ କଥା କହିଲେ, ଭିଭୋ Y300 5Gରେ qualcomm snapdragon ୪ଜେନ ୨ପ୍ରୋସେସର ମିଳୁଛି, ଯେଉଁଥିରେ 2 × 2.2 GHz + 6 × 1.95 GHz ସିପିୟୁ କ୍ଲକ ସ୍ପିଡ ରହିଛି । ଏହି ଫନଟଚ OS 14  ଏବଂ ଅଣ୍ଡ୍ରଏଡ ୧୪ରେ ଚାଲିଥାଏ । ଡିଭାଇସରେ 2400 × 1080 ଏବଂ ୧୨୦ ହଟର୍ଜ ରିଫ୍ରେସ ରେଟ ସହ ୬.୬ ଇଞ୍ଚର AMOLED ଡିସପ୍ଲେ ରହିଛି । ଡିସପ୍ଲେରେ ୧୮୦୦ ନିଟସ ପିକ ବ୍ରାଇଟନେସ ଏବଂ P3 କଲର ଗେମଟ ସହ ୩୯୪ ପିପିଆଇ ପିକ୍ସଲ ଡେନସିଟୀ ଅଛି ।

କ୍ୟାମେରା ଫିଚର: କ୍ୟାମେରା ଫିଚର୍ସ କଥା ଆଲୋଚନା କଲେ, କମ୍ପାନୀ ଏଥିରେ 50MP Sony IMX882 ସେନ୍ସର ଦେଇଛି ଏବଂ ଏହି f/1.79 (main) +f/2.4 (bokeh) ଅପର୍ଚରର ୨ଏମପି bokeh କ୍ୟାମେରା ଦିଆଯାଇଛି । ସେଲଫି ପାଇଁ ଏଥିରେ f/2.45 ଅପର୍ଚରର 32MPର ଫ୍ରଣ୍ଟ କ୍ୟାମେରା ଅଛି । ରିୟର କ୍ୟାମେରାର ଫିଚର୍ସ ଏତେ ରହିଛି, ଯାହା ଆପଣଙ୍କ ପଇସାର ଲାଭ ଉଠାଇଦେବ । ଏଥିରେ ପୋଟ୍ରେଏଟ, ନାଇଟ, ଭିଡିଓ, ୫୦ ଏମପି, ପାନୋ, ଡକ୍ୟୁମେଣ୍ଟଓ, ସ୍ଲୋ-ମୋ, ଟାଇମ-ଲ୍ୟାପ୍ସ, ପ୍ରୋ, ଲାଇଭ ଫଟୋ, ଡିଆଲ ବ୍ଲୁ, ସୁପରମୁନ ଫିଚର୍ସ ସହ ଆସିଥାଏ । ଏଥିରେ ଫ୍ରଣ୍ଟ କ୍ୟାମେରା ଫଟୋ, ପୋଟ୍ରେଏଟ, ନାଇଟ, ଭିଡିଓ, ଲାଇଭ ଫଟୋ, ଡୁଆଲ ବ୍ଲୁ ସହ ଆସୁଛି ।