ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଗୌତମ ଆଦାନୀ ଏବଂ ତାଙ୍କ ଭଣଜାଙ୍କ ଉପରେ ଲାଞ୍ଚ ମାମଲାକୁ ନେଇ ସମନ ଜାରି କରାଯାଇଛି । ଆଦାନୀ ଏବଂ ତାଙ୍କ ଭଣଜାଙ୍କ ଉପରେ ଅନୁକୂଳ ସୌର ଶକ୍ତି ଚୁକ୍ତି ପାଇବା ପାଇଁ ୨୬.୫ କୋଟି ଆମେରିକୀୟ ଡଲାର(ଭାରତୀୟ ମୁଦ୍ରାରେ ୨,୨୦୦ କୋଟି ଟଙ୍କା ) ଲାଞ୍ଚ ଦେବାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଅହମଦାବାଦ ସ୍ଥିତ ଆଦାନୀଙ୍କ ଶାନ୍ତିବନ ଫାର୍ମ ହାଉସ ଏବଂ ତାଙ୍କ ଭଣଜା ସାଗରଙ୍କ ଅହମଦାବାଦ ବୋଦକଦେବ ଆବାସକୁ ସମନ ପଠାଯାଇଛି । ଏଥିରେ ୨୧ ଦିନ ଭିତରେ ଆମେରିକୀୟ ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ କମିଶନ(SEC)ଙ୍କୁ ଜବାବ ଦେବା ପାଇଁ କୁହାଯାଇଛି ।
ନ୍ୟୁୟର୍କ ପୂର୍ବାଞ୍ଚଳ ଜିଲ୍ଳା ଅଦାଲତ ମାଧ୍ୟମରେ ନଭେମ୍ବର ୨୧ରେ ପଠାଯାଇଥିବା ନୋଟିସରେ ଉଲ୍ଲେଖ ରହିଛି, ‘ ସମନ ଜାରି ହେବାର ୨୧ ଦିନ ଭିତରେ(ସମନ ଗ୍ରହଣ କରିଥିବା ଦିନ ଛାଡ଼ି) SECଙ୍କୁ ସଂଲଗ୍ନ ଅଭିଯୋଗର ଜବାବ ଦେବାକୁ ହେବ । କିମ୍ବା ଫେଡେରାଲ ରୁଲ୍ ଅଫ୍ ସିଭିଲ ପ୍ରସିଡୁୟର ୧୨ ଅନ୍ତର୍ଗତ ଏକ ମୋସନ୍ ସର୍ଭ କରିବାକୁ ପଡ଼ିବ ।’ ଏଥିରେ କୁହାଯାଇଛି କି ଯଦି ଆପଣ ଉତ୍ତର ଦେବାରେ ବିଫଳ ହେବେ ତେବେ ଅଭିଯୋଗରେ ରିଲିଫ ପାଇଁ ଆପଣଙ୍କ ବିରୋଧରେ ବିଚାର କରାଯିବ । ଆପଣଙ୍କୁ ନିଜ ଉତ୍ତର କିମ୍ବା ପ୍ରସ୍ତାବ ଅଦାଲରେ ଦାଖଲ କରିବାକୁ ପଡ଼ିବ ।