ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ନୂତନ ଭୋଟର୍ ଭାବେ ଭୋଟ୍ ତାଳିକାରେ ନାମ ପଞ୍ଜୀକରଣ କିମ୍ବା ସଂଶୋଧନ କରିବାପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଆଜି ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଚାଲିବ ।
ଇଚ୍ଛୁକ ବ୍ୟକ୍ତିମାନେ ସେମାନଙ୍କର ଭୋଟର୍ ତାଲିକାରେ ସଂଶୋଧନ କିମ୍ବା ଭୋଟର୍ ତାଲିକାରେ ନୂତନ ଭାବରେ ନାମ ପଞ୍ଜୀକରଣ ନିକଟସ୍ଥ ବୁଥ୍ସ୍ତରୀୟ ଅଧିକାରୀଙ୍କ ପାଖରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ କରିପାରିବେ । voters.eci.gov.in ୱେବ୍ସାଇଟରେ ଅନ୍ଲାଇନ୍ ଜରିଆରେ ମଧ୍ୟ ଏହି ବ୍ୟବସ୍ଥା ଉପଲବ୍ଧ ଅଛି ।
ଜାଣନ୍ତୁ କେମିତି କରିବେ ଆବେଦନ
ଯେଉଁମାନେ ଭୋଟର ଲିଷ୍ଟକୁ ସଂଶୋଧନ ବା ନାମ ଯୋଗ କରିବାକୁ ଚାହୁଁଛନ୍ତି ସେମାନେ ଏସବୁ ମାଧ୍ୟମରେ ଆବେଦନ କରିପାରିବେ।
୧- ଭୋଟର ଚାଲିକାରେ ସଂଶୋଧନ କରିବାକୁ ଚାହୁଁଥିଲେ ଆପଣ ମୋବାଇଲ ଆପ ମାଧ୍ୟମରେ କରିପାରିବେ। ଆପଣ ପ୍ଲେ ଷ୍ଟୋରକୁ ଯାଇ ଭୋଟର ହେଲ୍ପଲାଇନ ଆପ ଡାଉନଲୋଡ କରି ଆବେଦନ କରିପାରିବେ।
୨-ଆପଣ ଅନଲାଇନରେ ମଧ୍ୟ ଏହି ଆବେଦନ କରିପାରିବେ। ସେଥ୍ପାଇଁ www.voterportal.ed.gov.in କିମ୍ବା www.nvsp.in ରେ ଲଗଅନ କରି ଆବେଦନ କରିପାରିବେ ।
୩- ଭୋଟର ସହାୟତା କେନ୍ଦ୍ର ମାଧ୍ୟମରେ ମଧ୍ୟ ଆପଣ ଏହି ସଂଶୋଧନ ପାଇଁ ଆବେଦନ କରିପାରିବେ । ଅଧିକ ତଥ୍ୟ ପାଇଁ ଆପଣ ଭୋଟର ହେଲପ ଲାଇନ ୧୯୫୦ କୁ ଫୋନ କରି ମଧ୍ୟ ସମସ୍ତ ତଥ୍ୟ ବୁଝିପାରିବେ।