ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିୟର ଲିଗ୍ (ଆଇପିଏଲ) ମେଗା ଖେଳାଳି ନିଲାମ ରବିବାର ଆରମ୍ଭ ହେବାକୁ ଯାଉଛି । ସାଉଦୀ ଆରବର ଜେଦା ସହରସ୍ଥିତ ଆବାଦି ଅଲ୍ ଜୋଦାର ଏରିନାରେ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ନିଲାମ ପାଇଁ ଆସିଥିବା ଆବେଦନରୁ ୫୭୭ ଜଣଙ୍କ ଆବେଦନକୁ ଗ୍ରହଣ କରାଯାଇଛି । ୧୦ଟି ଟିମ୍ ୪୦ରୁ ଉର୍ଦ୍ଧ୍ୱ ଖେଳାଳିଙ୍କୁ ରିଟେନ୍ କରି ରଖିଛି । ଏହାଛଡ଼ା କୋଲକାତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ନିଜ ରିଟେନ୍ କୋଟା ପୂରଣ କରିସାରିଛି । ଚଳିତ ଥର ହେବାକୁ ଥିବା ନିଲାମୀରେ କେଉଁ ଖେଳାଳି ୨୫ କୋଟି ମୂଲ୍ୟ ପାର୍ କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର । ଏହି ମେଗା ନିଲାମ ଅପରାହ୍ନ ୩ଟା ୩୦ ମିନିଟ୍ରେ ଅରମ୍ଭ ହେବ । ଏଥରକ ନିଲାମୀର ମୁଖ୍ୟ ଆକର୍ଷଣ ପନ୍ତ । ଗତବର୍ଷ ମିନି ନିଲାମରେ କେକେଆର୍ ଓ ସନରାଇଜର୍ସ ହାଇଦ୍ରାବାଦ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ ଓ ପାଟ୍ କମିନ୍ସଙ୍କୁ କିଣିବାରେ ବେଶୀ ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ଚଳିତ ବର୍ଷ ନିଲାମରେ ଟିମ୍ ୨୫ କୋଟି ରେଖାକୁ ଅତିକ୍ରମ କରିବା ନେଇ ସମ୍ଭାବନା ରହିଛି । ଏହାର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟ୍ସ ଏବଂ ଜିଓ ସିନେମାରେ କରାଯିବ ।
ବହୁତଦିନ ପରେ ପନ୍ତ ଆଇପିଏଲ ନିଲାମରେ ସାମିଲ ହେବାକୁ ଯାଉଛନ୍ତି । ଏହାଛଡ଼ା ତାଙ୍କୁ କିଣିବା ପାଇଁ ମଧ୍ୟ ବହୁ ବଡ଼ ବଡ଼ ଟିମ୍ ଚାହିଁ ବସିଛନ୍ତି ।
ଚଳିତ ଆଇପିଏଲ୍ରେ ସେ କାହା ଟିମ୍ରୁ ଖେଳିବେ ତା’ ଉପରେ ସମସ୍ତଙ୍କ ନଜର । ୨୦୧୬ରୁ ଆପଇପିଏଲ୍ ଖେଳୁଥିବା ପନ୍ତ, ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଇଥିଲେ । ଗତ ଆଇପିଏଲ୍ରେ ଶ୍ରେୟସ ଓ କେ.ଏଲ୍ ରାହୁଲଙ୍କ ପ୍ରଦର୍ଶନ ବେଶ୍ ରୋମାଞ୍ଚକର ଥିଲା । ଯେଉଁକାରଣରୁ ନିଲାମ କାର୍ଯ୍ୟକ୍ରମରେ ପନ୍ତ, ଶ୍ରେୟସ ଏବଂ କେ.ଏଲ୍. ରାହୁଲଙ୍କ ଉପରେ ସମସ୍ତଙ୍କ ନଜର ରହିବ ।