ନୂଆଦିଲ୍ଲୀ: ଆଇପିଏଲ-୨୦୨୫ରେ ରେକର୍ଡ ସୃଷ୍ଟି କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ଋଷଭ ପନ୍ତ । ଆଇପିଏଲ-୨୦୨୫ ପାଇଁ ଦଳରେ ସାମିଲ ହୋଇଛନ୍ତି ଋଷଭ । ମେଗା ଅକ୍ସନରେ ଋଷଭଙ୍କ ପାଇଁ ସମସ୍ତ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ଦମଦାର ଲଢେଇ ଦେଖିବାକୁ ମିଳିଛି । ତେବେ ଶେଷରେ ନିଲାମ ଲଢେଇରେ ବାଜି ମାରିଛି ଲକ୍ଷେ୍ନø ସୁପର ଜିଆଣ୍ଟସ। ଆଗାମୀ ସିଜନ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଋଷଭଙ୍କୁ ରିଲିଜ କରିବା ପରେ ସୁପର ଜିଆଣ୍ଟସରେ ସାମିଲ ହୋଇଛନ୍ତି ପନ୍ତ । ଆଇପିଏଲ-୨୦୨୫ ପାଇଁ ଋଷଙ୍କୁ ୨୭ କୋଟି ଟଙ୍କାରେ ଦଳରେ ସାମିଲ କରିଛି । ଅଧିକାଂଶ ଦଳ ଋଷଭଙ୍କୁ ଦଳରେ ସାମିଲ କରିବା ପାଇଁ ନିଲାମରେ ସାମିଲ ହୋଇଥିବା ବେଳେ ଲକ୍ଷେ୍ନø ସୁପର ଜିଆଣ୍ଟସ, ରୋୟଲ ଚାଲେଞ୍ଜର୍ସ ବେଙ୍ଗଳୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ତେବେ ଶେଷରେ ଋଷଭ ଲକ୍ଷେ୍ନø ସୁପର ଜିଆଣ୍ଟସ ଦଳରେ ସାମିଲ ହୋଇଛନ୍ତି ।
𝐓𝐇𝐄 𝐑𝐄𝐂𝐎𝐑𝐃 𝐈𝐒 𝐁𝐑𝐎𝐊𝐄𝐍 𝐀𝐆𝐀𝐈𝐍! 😮
WOWZAAA 💰
Rishabh Pant goes to @LucknowIPL for INR 27 Crore! 💥💥#TATAIPLAuction
— IndianPremierLeague (@IPL) November 24, 2024
କିଛି ସମୟ ପୂର୍ବରୁ ଶ୍ରେୟସ ଆୟର ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଥିଲେ । କିନ୍ତୁ କିଛି ମିନିଟ ପରେ ଏହି ରେକର୍ଡକୁ ପଛରେ ପକାଇଛନ୍ତି ଷ୍ଟାର ୱିକେଟ କିପର ଋଷଭ ପନ୍ତ । ଆଇପିଏଲ ମେଗା ଅକ୍ସନରେ ଋଷଭଙ୍କୁ ୨୭ କୋଟି ଟଙ୍କାରେ ସାମିଲ କରିଛି ଲକ୍ଷେ୍ନø ସୁପର ଜିଆଣ୍ଟସ । ତେବେ ଏହାସହିତ ଦଳକୁ ଋଷଭଙ୍କ ଭାବରେ ଜଣେ ନୂଆ ଅଧିନାୟକ ମଧ୍ୟ ମିଳିଛି । ଅର୍ଥାତ ଆସନ୍ତା ସିଜନରେ ଋଷଭ ସୁପର ଜିଆଣ୍ଟସର ଅଧିନାୟକ ଭାବରେ ନଜର ଆସିପାରନ୍ତି ।