ଆଗାମୀ ୩ ଦିନ ଅହରହ ବର୍ଷିବ, କରିବ ବହୁ କ୍ଷୟକ୍ଷତି

ନୂଆଦିଲ୍ଲୀ- ମାଡିଆସୁଛି ଆଉ ଏକ ବାତ୍ୟା । ଏହା ପ୍ରଭାବରେ ଆସନ୍ତା ୩ ଦିନ ପ୍ରବଳ ବର୍ଷିବ । ଏମିତି ସତର୍କ କରେଇଛି ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପସାଗରେ ସୃଷ୍ଟିହୋଇଥିବା ଲଘୁଚାପ କ୍ଷେତ୍ର ସୃଷ୍ଟି କରିଛି । ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡକୁ ବଢି ଅବପାତର ରୂପ ନେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୨୬, ୨୭ ଓ ୨୮ ନଭେମ୍ବରକୁ ତାମିଲନାଡୁ, ପୁଡୁଚରେୀର ବିଭିନ୍ନ ସ୍ଥାନରେ ଭାରି ବର୍ଷା ସମ୍ଭାବନା ରହିଛି ।

ଏହା ବ୍ୟତୀତ, ୨୬ରୁ ୨୯ ମଧ୍ୟରେ ଦକ୍ଷିଣ ଉପକୂଳ ଆନ୍ଧ୍ରର ବିଭିନ୍ନ ସ୍ଥାନରେ ଭାରି ବର୍ଷାର ସମ୍ଭାବନା ରହିଛି । ଏଥିସହ ଆଗାମୀ ଦିନରେ ପବନର ବେଗ ଘଣ୍ଟାପ୍ରତି ୭୫ କିମି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ପାଣିପାଗ ବିଭାଗ କହିଛି କି, ୨୫ ନଭେମ୍ବରକୁ ଦକ୍ଷିଣ, ଦକ୍ଷିଣ ପୂର୍ବ ପଶ୍ଚିମ ବଙ୍ଗ ଓ ଶ୍ରୀଲଙ୍କାରେ ୪୦ରୁ ୫୦ କିମି ବେଗରେ ପବନ ବହି ୬୦ କିମି ପ୍ରତି ଘଣ୍ଟାରେ ପ୍ରବାହ କରିବ ।

ପାଣିପାଗ ବିଭାଗର ସୂଚନା ମୁତାବକ, ତାମିଲନାଡୁର ଉପକୂଳ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପରେ ବହୁ ପ୍ରଭାବ ପଡିବ । ବର୍ଷା ପ୍ରଭାବରେ ରାସ୍ତାଘାଟ, ତଳିଆ ଅଞ୍ଚଳରେ ଜଳ ଭରିଯିବା ସମ୍ଭାବନା ରହିଛି । ପ୍ରବଳ ବର୍ଷା କାରଣରୁ ଅନେକ ସ୍ଥାନରେ ଦୃଶ୍ୟମାନ କମିବ । ପ୍ରମୁଖ ରାସ୍ତାରେ ଜଳପ୍ରବାହ କାରଣରୁ ଯାତାୟାତ ବାଧାପ୍ରାପ୍ତ ହେବ । କଚା ରାସ୍ତା ଧୋଇଯିବାର ସମ୍ଭାବନା ମଧ୍ୟ ରହିଛି । ବର୍ଷା ପାଇଁ ବ୍ୟାପକ ଫସଲ ହାନୀର ମଧ୍ୟ ସମ୍ଭାବନା ଥିବା ଅନୁମାନ କରାଯାଉଛି ।