ଭୁବନେଶ୍ୱର: ମାଇନ୍ସ କମ୍ପାନୀରେ ବଡ଼ ଧରଣର ରେଡ୍ । ଏସ୍.ଏନ୍ ମହାନ୍ତି ଗ୍ରୁପ୍ର ୮ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି । ଜୋଡ଼ା, ବଡ଼ବିଲ ଏବଂ ରାଜଧାନୀ ଭୁବନେଶ୍ୱର ସମେତ ୮ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ଟିକସ ଫାଙ୍କିଥିବା ଅଭିଯୋଗରେ ବିଭାଗ କମ୍ପାନୀ ରେଡ୍ କରିଥିବା ସୂଚନା । କମ୍ପାନୀ କର୍ତ୍ତୃପକ୍ଷଙ୍କ ତରଫରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।