ନୂଆଦିଲ୍ଲୀ: Realme ଭାରତରେ ନିଜର ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି । ଏହା କମ୍ପାନୀର ଏକ ପ୍ରିମିୟମ ସ୍ମାର୍ଟଫୋନ । ଏହି ଫୋନର ଚର୍ଚ୍ଚା ଭାରତର ସ୍ମାର୍ଟଫୋନ ମାର୍କେଟରେ ଚାଲିଥିଲା, କିନ୍ତୁ ଆଜି ଅର୍ଥାତ ୨୬ ନଭେମ୍ବର ଦ୍ୱିପ୍ରହର ୧୨ଟାରେ ଆୟୋଜିତ ଏକ ଇଭେଣ୍ଟରେ ଏହି ଦମଦାର ଫିଚରର ଫୋନକୁ ଲଞ୍ଚକରିଛି । ଆସନ୍ତୁ ଜାଣିବା ଏହି ଫୋନ ବିଷୟରେ..
Realme GT 7 Pro କୁ କମ୍ପାନୀ ଏଆଇ ପାୱାରହାଉସର ନାମ ଦେଇଛନ୍ତି । ଏହାର ନାମ କମ୍ପାନୀ ନିଜର ଏହି ନୂଆ ଫୋନରେ ଅନେକଗୁଡିଏ ଏଆଇ ଫିଚର୍ସ ଦେଇଛି । ରିୟଲମିର ଏହି ନୂଆ ଫୋନର ସ୍ପେଶିଫିକେସନରେ କମ୍ପାନୀ ଏଥିରେ ୬.୭୮ ଇଞ୍ଚର 8T LPTO Samsung Eco2 1.5K OLED ପଞ୍ଚ ହୋଲ ଦେଇଛନ୍ତି, ଏଥିପାଇଁ କମ୍ପାନୀ ଅନେକ ବଡ଼ବଡ଼ ଦାବି ମଧ୍ୟ କରିଛନ୍ତି । ଏହି ଡିସପ୍ଲେର ରିଫ୍ରେଶ ରେଟ 120Hz ଏବଂ ପିକ ବ୍ରାଇଟନେସ 6500 ନିଟସ ରହିଛି । ଫୋନର ଡିସପ୍ଲେରେ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଟେକ୍ନୋଲୋଜୀ ଦିଆଯାଇଛି ।
ଫୋନର କ୍ୟାମରା ସେଟଅପ କଥା କହିବାକୁ ଗଲେ ଏହା ପଛରେ ଭାଗରେ କମ୍ପାନୀ ଟ୍ରିପଲ କ୍ୟାମେରା ସେଟଅପ ଦେଇଛି, ଯାହାର ପ୍ରଥମ କ୍ୟାମେରା 50MP IMX906 OIS ସେନ୍ସର ସହ ଆସିଛି । ସେହିପରି ଫୋନର ଦ୍ୱିତୀୟ ବ୍ୟାକ କ୍ୟାମେରା 50MP IMX882 ପେରିସ୍କୋପ ଲେନ୍ସ ସହ ଆସିଥାଏ । ସେହିପରି ଫୋନର ତୃତୀୟ ବ୍ୟାକ କ୍ୟାମେରା 8MPର ଅଲ୍ଟ୍ରା-ୱାଇଡ ଆଙ୍ଗେଲ ଲେନ୍ସ ସହ ରହିଥାଏ । ଏହି ଫୋନ ଫୋନରେ ରିୟଲମି ସେଲ୍ଫି ଏବଂ ଭିଡ଼ିଓ କଲିଂ ପାଇଁ 16MP ର ଫ୍ରଣ୍ଟ କ୍ୟାମେରା ଦେଇଛି ।
ରିୟଲମି ନିଜର ଏହି ନୂଆ ଫୋନରେ କ୍ୱାଲକାମର ଲାଟେଷ୍ଟ ଚିପସେଟ୍ ଦେଇଛି, ଯାହାର କାରଣ ଏହି ଫୋନର ପ୍ରୋସେସର ମଧ୍ୟ ଦମଦାର ହେବାର ଆଶା ରହିଛି । କମ୍ପାନୀ ଏହି ଫୋନରେ Snapdragon 8 Elite ଚିପସେଟ୍ ଦେଇଛି ।
ଏହି ଫୋନ Android 15 ରେ ବେସଡ ଅପରେଟିଙ୍ଗ ସିଷ୍ଟମ OriginOS ଉପରେ କାର୍ଯ୍ୟ କରିଥାଏ । ଏହା ବ୍ୟତୀତ ଫୋନରେ 5800mAh ର ଏକ ବଡ଼ ଦମଦାର ବ୍ୟାଟେରୀ ଦେଇଛି, ଯାହା 120Wର ଫାଷ୍ଟ ଚାର୍ଜିଂ ସ୍ପିଡର ସପୋର୍ଟ କରିଥାଏ ।