WhatsAppରେ ଠକେଇ! ଚାରି ରାଜ୍ୟର ପୋଲିସ ଦେଲେ ଚେତାବନୀ, ନ ମାନିଲେ ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: ଭାରତରେ ଏହି ସମୟରେ ବିବାହ ସିଜନ ଚାଲୁରହିଛି। ତେବେ ଏହି ସମୟରେ ସ୍କାମର୍ସଙ୍କ ନଜର ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରିବା ଉପରେ ରହୁଛି। ସ୍କାମର୍ସ ଲୋକଙ୍କୁ ଜାଲରେ ଫସାଇବାର ଏକ ନୂଆ ପଦ୍ଧତି ଖୋଜିବାରେ ଲାଗିଛନ୍ତି। ଏ ନେଇ ଭାରତର ୪-୪ଟି ରାଜ୍ୟର ପୋଲିସ ଚେତାବନୀ ଜାରି କରିଛନ୍ତି। ଏହି ସ୍କାମର୍ସ ବିବାହର ସିଜନର ଫାଇଦା ଉଠାଇ ଲୋକଙ୍କଠାରୁ ଲୁଟୁଛନ୍ତି।

ରିପୋର୍ଟ ମୁତାବକ, ସ୍କାମର୍ସ ୟୁଜର୍ସଙ୍କୁ ହ୍ୱାଟ୍ସଆପରେ ଟାର୍ଗେଟ କରିବା ଲାଗି ବିବାହର ନିମନ୍ତ୍ରଣ କାର୍ଡ ପଠାଉଛନ୍ତି। ଏହି କାର୍ଡରେ ଏପିକେ ଫାଇଲ ମଧ୍ୟ ପଠାଯାଉଛି। ଯେପରି କୌଣସି ୟୁଜର ନିଜ ଫୋନରେ ଏହାକୁ ଇନଷ୍ଟଲ କରୁଛି, ସେମାନଙ୍କ ଫୋନରେ ଭୟଙ୍କର ମେଲ ୱେୟାର ଇନଷ୍ଟଲ ହୋଇଯାଉଛି। ବିବାହ କାର୍ଡ ଜରିଆରରେ ସ୍କାମର୍ସ ଲୋକଙ୍କ ଫୋନକୁ ଆକ୍ସେସ କରୁଛନ୍ତି ଏବଂ ଏହାପରେ ଜରୁରୀ ସୂଚନା ହାସଲ କରିନିଅନ୍ତି। ଏତିକି ନୁହେଁ, ସ୍କାମର୍ସ ଲୋକଙ୍କଠାରୁ ଟଙ୍କା ମଧ୍ୟ ଲୁଟୁଛନ୍ତି।

ଏହି ଠକେଇକୁ ନେଇ ଚାରୋଟି ରାଜ୍ୟର ପୋଲିସ ଲୋକଙ୍କୁ ଚେତାବନୀ ଜାରି କରିଛନ୍ତି। ଏଥିରେ ହିମାଚଳ ପ୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ଗୁଜରାଟର ପୋଲିସ ସାମିଲ ଅଛନ୍ତି। ପୋଲିସ କହିଛନ୍ତି ଯେ, ନକଲି ବିବାହ କାର୍ଡ ଆସିବା ପରେ ଏହାକୁ ଓପେନ କରନ୍ତୁ ନାହିଁ। ଏଥିରେ ଆପଣଙ୍କ ଫୋନରେ ଭୟଙ୍କର ମେଲ ୱେୟାର ଇନଷ୍ଟଲ ହୋଇଯିବ ଏବଂ ପୁଣି ଡିଭାଇସର ଆକସସେସ ସ୍କାମର୍ସଙ୍କ ହାତକୁ ପଳାଇବ।