(Video) ନୂଆ Technic, ଟ୍ରେନ ତଳେ ଖଟିଆରେ ରୋଗୀ ବୁହା, ଭିଡିଓ ଭାଇରାଲ

ଯୋଡା- ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଲୋକଙ୍କୁ ମିଳିନି ରାସ୍ତା ପରି ମୌଳିକ ସୁବିଧା । ରାସ୍ତା ଅଭାବରୁ ଷ୍ଟ୍ରେଚରରେ ବୁହାହୁଏ ମଣିଷ । ଘର କଣ ଗାଁ ଦାଣ୍ଡ ଯାଏଁ ବି ଯାଇପାରେନି ଆମ୍ବୁଲାନ୍ସ । ତା ଉପରେ ପୁଣି, ଟ୍ରେନ ଧାରଣା ପାର କରିବାକୁ ଲୋକଙ୍କୁ ଅନେକ ସମୟରେ ଠିଆ ହୋଇଥିବା ଟ୍ରେନ ତଳେ ଗଳି ଯିବାକୁ ହୁଏ । ଟ୍ରେନ ତଳେ ଗଳି ଏମିତି ଯିବା ଓ ଖଟିଆରେ ରୋଗୀକୁ ଅତି ବିପଦସଙ୍କୁଳ ଅବସ୍ଥାରେ ବୋହି ନେବାରେ ରହିଛି ଫରକ । ତେବେ ରୋଗୀଙ୍କୁ ଟ୍ରେନ ତଳେ ଷ୍ଟ୍ରେଚରରେ ବୋହି ନେବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସବୁ ଗଣମାଧମର ଶିରୋନାମା ପାଲଟିଛି । ଏହି ଭାଇରାଲ ଭିଡିଓ ୨୪ ବର୍ଷର ସ୍ଥିର ଦେଖିଥିବା ଓଡିଶାର ।

କେନ୍ଦୁଝର ଜିଲ୍ଲା ଯୋଡା ଲହଣ୍ଡାମୁଣ୍ଡା ସାହି ଆଜି ମଧ୍ୟ ମୌଳିବ ସୁବିଧା, ସୁଯୋଗରୁ ବଞ୍ଚିତ । ଏଠି ଗାଁକୁ ରାସ୍ତା ଖଣ୍ଡିଏ ନାହିଁ ତ ଅନ୍ୟ ସୁବିଧା ସୁଯୋଗ କଥା କହିବା ବାହୁଲ୍ୟ । ତେବେ ଏହି ସାହିର ଗୋବିନ୍ଦ ମୁଣ୍ଡା ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବାଲାନ୍ସକୁ ଡକାଯାଇଥିଲା । ହେଲେ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଗାଁଠାରୁ ଏକ କିଲେମିଟର ଦୂରରେ ଅଟକିଥିଲା । ତେଣୁ ଗ୍ରାମବାସୀ ଗୋବିନ୍ଦଙ୍କୁ ଖଟିଆରେ ଆମ୍ବୁଲାନ୍ସ ଯାଏ ବୋହି ନେଇଥିଲେ ।

କିନ୍ତୁ ଗାଁ ଆଉ ଆମ୍ବୁଲାନ୍ସ ମଝିରେ ପଡିଥିଲା ରେଳ ଧାରଣ ଓ ସେତେବେଳେ ଧାରଣା ଉପରେ ଏକ ଟ୍ରେନ ଅଟକି ରହିଥିଲା । ଏହା ଦେଖି ଲୋକେ କଣ କରିବେ ବୋଲି ସବୁ ଦିନ ପରି ଟ୍ରେନ ତଳେ ରୋଗୀକୁ ଖଟିଆରେ ଆଣ୍ଠେଇ, ପେଟେଇ ପାର କରିଥିଲେ ଓ ଆମ୍ବୁଲାନ୍ସ ଯାଏ ନେଇଥିଲେ । ଏଠି ପ୍ରଶ୍ନ ଉଠୁଛି ଯଦି ସେହି ସମୟରେ ଟ୍ରେନ ଗଡିବା ଆରମ୍ଭ କରିଥାନ୍ତା ତେବେ କଣ ହୋଇଥାନ୍ତି ଗୋବିନ୍ଦ ତଥା ତାଙ୍କୁ ବୋହି ନେଉଥିବା ଲୋକଙ୍କର?