ଫୋନରୁ ତୁରନ୍ତ ଡିଲିଟ୍ କରନ୍ତୁ ଏହି ୧୫ଟି ନକଲି ଲୋନ୍ ଆପ୍: ୮୦ ଲକ୍ଷରୁ ଅଧିକ ଲୋକଙ୍କୁ କରିଛି ଶିକାର

ନୂଆଦିଲ୍ଲୀ: ଭାରତରେ ଅନଲାଇନ୍ ଠକେଇ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସ୍କାମରମାନେ ଅନଲାଇନ୍ ଠକେଇ କରି ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି । ଏହି ସମୟରେ ଏହିପରି ନକଲି ଆପ୍ ଚିହ୍ନଟ ହୋଇଛି ଯାହା ଲୋକଙ୍କୁ ସେମାନଙ୍କର ଠକାମୀର ଶିକାର କରିଥାଏ । ମାକାଫିର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ କିଛି ମାସ ମଧ୍ୟରେ ଅନେକ ନକଲି ଲୋନ୍ ଆପ୍ ଲୋକଙ୍କୁ ପ୍ରତାରଣା କରିଛି । ସେମାନଙ୍କୁ ସହଜରେ ଲୋନ୍ ଦେବା ପ୍ରଲୋଭନ ଦେଖାଇ ଜାଲରେ ପକାଇଥିଲେ ଏବଂ ପରେ ଟଙ୍କା ଲୁଟିଥିଲେ । ଏହି ନକଲି ଲୋନ୍ ଆପ୍ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସୂଚନା ଏବଂ ବ୍ୟାଙ୍କ ବିବରଣୀ ଚୋରି କରେ, ଯେଉଁ କାରଣରୁ ଠକାମିର ଆଶଙ୍କା ବଢ଼ିଛି । ମାକାଫି ଏହିପରି ୧୫ ଟି ନକଲି ଲୋନ୍ ଆପ୍ ଚିହ୍ନଟ କରିଛି, ଯାହା ଲକ୍ଷ ଲକ୍ଷ ଲୋକଙ୍କ ଦ୍ୱାରା ଡାଉନଲୋଡ୍ ହୋଇଛି ।

ଏହି ୧୫ ଲୋନ୍ ଆପ୍ ବହୁତ ବିପଜ୍ଜନକ :-

ମାକଫି ରିପୋର୍ଟ ଅନୁଯାୟୀ, ପ୍ରାୟ ୮ ନିୟୁତ ଅର୍ଥାତ୍ ୮୦ ଲକ୍ଷ ବ୍ୟବହାରକାରୀଙ୍କ ଦ୍ୱାରା ୧୫ ଟି ନକଲି ଲୋନ୍ ଆପ୍ ଡାଉନଲୋଡ୍ ହୋଇଛି । ଅଧିକାଂଶ ଉପଭୋକ୍ତା ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆସିଛନ୍ତି । ଅବଶ୍ୟ ଏହି ଆପଗୁଡ଼ିକ ମଧ୍ୟରୁ କେତେକ ଷ୍ଟୋରରୁ ଅପସାରିତ ହୋଇଛି ।

ଯଦି ଆପଣ ମଧ୍ୟ ଏହି ଆପ୍ସ ବ୍ୟବହାର କରୁଛନ୍ତି ତେବେ ତୁରନ୍ତ ସେଗୁଡ଼ିକୁ ଡିଲିଟ୍ କରନ୍ତୁ । ନିମ୍ନରେ ଆମେ ଏହିପରି ଆପ୍ସର ଏକ ତାଲିକା ଦେଇଛୁ ।

 

Préstamo Seguro-Rápido, seguro
Préstamo Rápido-Credit Easy
ได้บาทง่ายๆ-สินเชื่อด่วน
RupiahKilat-Dana cair
ยืมอย่างมีความสุข – เงินกู้
เงินมีความสุข – สินเชื่อด่วน
KreditKu-Uang Online
Dana Kilat-Pinjaman kecil
Cash Loan-Vay tiền
RapidFinance
PrêtPourVous
Huayna Money
IPréstamos: Rápido
ConseguirSol-Dinero Rápido
ÉcoPrêt Prêt En Ligne