Team India ପାଇଁ ବଡ଼ ନିଷ୍ପତ୍ତି ନେବେ ରୋହିତ? ୬ ବର୍ଷ ପରେ ଏହି ଦାୟିତ୍ୱ ଛାଡ଼ିବେ ଅଧିନାୟକ!

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫି-୨୦୨୪ରେ ଦମଦାର ଆରମ୍ଭ କରିଛି ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ବିନା ମଇଦାନକୁ ଓହ୍ଲାଇ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି ଭାରତ । ବର୍ତ୍ତମାନ ଦ୍ୱିତୀୟ ମ୍ୟାଚରେ ରୋହିତ ଦଳରେ କମବ୍ୟାକ କରିବାକୁ ଯାଉଛନ୍ତି । କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି ରୋହିତ । ୬ ବର୍ଷ ପରେ ରୋହିତ ଏକ ବଡ଼ ଦାୟିତ୍ୱରୁ ଓହରିପାରନ୍ତି ବୋଲି କୁହାଯାଉଛି । ଏ ନେଇ ପ୍ରାଇମ ମିନିଷ୍ଟର୧୧ ବିପକ୍ଷ ଟେଷ୍ଟ ମ୍ୟାଚରେ ସେ ଇସାରା ଦେଇଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ପିଙ୍କ ବଲ୍ ଟେଷ୍ଟ ପୂର୍ବରୁ ଆଜି କାନବେରାରେ ପ୍ରାଇମ ମିନିଷ୍ଟ-୧୧ ବିପକ୍ଷରେ ୱାର୍ମ ଅପ୍ ମ୍ୟାଚ୍ କେଳୁଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଖରା ଫର୍ମ ଯୋଗୁଁ ନିଜର ଏକ ବଡ଼ ଦାୟିତ୍ୱକୁ ସେ ତ୍ୟାଗ କରିଛନ୍ତି । ଏହି ମ୍ୟାଚରେ ଯଶସ୍ୱୀ ଜଏସ୍ୱାଲଙ୍କ ସହ କେ.ଏଲ ରାହୁଲଙ୍କୁ ଓପନିଙ୍ଗ କରିବା ପାଇଁ ସୁଯୋଗ ଦେଇଛନ୍ତି ରୋହିତ । ଏହାପରେ ନିଜେ ସେ ମିଡିଲ ଅର୍ଡରରେ ବ୍ୟାଟିଂ କରିଛନ୍ତି । ତେଣୁ ଆଡିଲେଡରେ ମଧ୍ୟ ରୋହିତ ଜଏସ୍ୱାଲ-ରାହୁଲ ଯୋଡ଼ିକୁ ପାଳି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇପାରନ୍ତି । ପ୍ରଥମ ଟେଷ୍ଟରେ ମଧ୍ୟ ରୋହିତଙ୍କ ଅନୁପସ୍ଥିତିରେ ଏହି ଦୁଇ ବ୍ୟାଟର ଓପନିଙ୍ଗ କରିଥିଲେ । ତେଣୁ ରୋହିତ ଶର୍ମା ଉଭୟଙ୍କ ସଫଳତାକୁ ଆଗକୁ ନେବା ପାଇଁ ଏହି ବଡ଼ ନିଷ୍ପତ୍ତି ନେଇପାରନ୍ତି ।

୨୦୧୩ ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ରୋହିତ ଭାରତୀୟ ଦଳରେ ମଧ୍ୟକ୍ରମରେ ବ୍ୟାଟିଂ କରୁଥିଲେ । କିନ୍ତୁ ଏହି ଇଭେଣ୍ଟରେ ଓପନିଙ୍ଗ କରି ସେ ସର୍ବଶ୍ରେଷ୍ଠ ଓପନର ମାନଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ତେବେ ୨୦୧୯ ମସିହାରେ ଟେଷ୍ଟରେ ସେ ଓପନିଙ୍ଗ କରିଥିଲେ । ଏହାପରେ ରୋହିତ ଲଗାତାର ଟିମ ଇଣ୍ଡିଆ ପାଇଁ ଓପନିଙ୍ଗ କରିଛନ୍ତି । କିନ୍ତୁ ଆଗାମୀ ଟେଷ୍ଟରେ ଏହି ଦାୟିତ୍ୱ ସେ କେ.ଏଲ ରାହୁଲଙ୍କୁ ହସ୍ତାନ୍ତର କରିବେ ବୋଲି ଆଶା କରାଯାଉଛି । ଏମିତି ହେଲେ ୨୦୧୮ ପରେ ରୋହିତଙ୍କୁ ପ୍ରଥମ ଥର ଓପନିଙ୍ଗ ପରିବର୍ତ୍ତେ ଅନ୍ୟ କୌଣସି ସ୍ଥାନରେ ବ୍ୟାଟିଂ କରୁଥିବାର ନଜର ଆସିବେ । ରୋହିତ ଶେଷ ଥର ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ମେଲବର୍ଣ୍ଣରେ ୬ ନମ୍ବରରେ ବ୍ୟାଟିଂ କରିଥିଲେ । ୬ ବର୍ଷ ପରେ ପୁଣିଥରେ ଅଷ୍ଟ୍ରେଲିଆରେ ଏହି ଦାୟିତ୍ୱରୁ ସେ ନିଜକୁ ବାଦ୍ ଦେଇପାରନ୍ତି ।