ନୂଆଦିଲ୍ଲୀ: ଅଭିନେତା ବିକ୍ରାନ୍ତ ମେସିଙ୍କ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’ ଦେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂ ଏବଂ ଅନ୍ୟ ସଦସ୍ୟ ଫିଲ୍ମ ଦେଖିବାକୁ ଯାଇଥିଲେ । ବିକ୍ରାନ୍ତ ମେସିଙ୍କ ସହ ଫିଲ୍ମର ଅନ୍ୟ କଳାକାର ବି ଏଥିରେ ସାମିଲ ହୋଇଛନ୍ତି । ଏହି ଫିଲ୍ମ ୨୦୦୨ ଗୋଧ୍ରା ଟ୍ରେନ୍ ଟ୍ରାଜେଡିକୁ ନେଇ ନିର୍ମାଣ କରାଯାଇଛି । ପାର୍ଲାମେଣ୍ଟ କମ୍ପଲେକ୍ସ ଲାଇବ୍ରେରୀରେ ବସି ମୋଦି ଏହି ଫିଲ୍ମକୁ ଦେଖିଛନ୍ତି । ଫିଲ୍ମରେ ବିକ୍ରାନ୍ତଙ୍କ ସହ ରିଧି ଡୋଗ୍ରା ଥିବାବେଳେ ଏହାକୁ ଡିରେକ୍ଟ କରିଛନ୍ତି ଧୀରଜ ସରନା ଏବଂ ପ୍ରଯୋଜନା କରିଛନ୍ତି ଏକତା କପୁର ।
#WATCH | Delhi: Prime Minister Narendra Modi leaves from Balyogi Auditorium in Parliament after watching the film ‘The Sabarmati Report’. pic.twitter.com/oAxQq4FK3G
— ANI (@ANI) December 2, 2024
ଗୋଧ୍ରା ଟ୍ରେନ୍ ଟ୍ରାଜେଡି ସମୟରେ ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିଲେ । ୨୦୦୨ ଫେବୃୟାରୀ ୨୭ର ଏ ଘଟଣା । ସାବରମତୀ ଏକ୍ସପ୍ରେସରେ ନିଆଁ ଲଗାଯିବା କାରଣରୁ ପାଖାପାଖି ୫୯ ଜଣ ଲୋକଙ୍କ ପ୍ରାଣ ଚାଲିଯାଇଥିଲା । ଫିଲ୍ମକୁ ନେଇ ଗତମାସରେ ମୋଦି ପ୍ରଶଂସା କରିଥିଲେ । କହିଥିଲେ ମିଛ କଥାବସ୍ତୁ ଅଳ୍ପ ଦିନ ପାଇଁ ଜୀବତ ରହିବ । ଏଥିସହ ସାବରମତୀ ଫିଲ୍ମଟିମ୍କୁ ସେ ପ୍ରଶାଂସା କରିଥିଲେ । ନଭେମ୍ବର ୧୫ରେ ରିଲିଜ୍ ହୋଇଥିବା ଏହି ଫିଲ୍ମକୁ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୁଜୁରାଟ, ଓଡ଼ିଶା, ମଧ୍ୟପ୍ରଦେଶ ଓ ହରିୟାଣା ସମେତ ବିଜେପି ଶାସିତ ରାଜ୍ୟରେ ଟାକ୍ସ ଫ୍ରି କରାଯାଇଛି ।