(Video) ମାସେରୁ ଅଧିକ ଦିନ ନାକରେ ରହୁଥିଲା ଜୋକ….. ଏମିତି ହେଲା ପରେ ଜଣାପଡ଼ିଲା ସତ

ଓଡ଼ିଶା ଭାସ୍କର: ଗୋଟିଏ ଛୁଆକୁ ଲାଳନ ପାଳନ କରିବା ଜଟିଳ କାମ । ପିଲାମାନେ ଖେଳକୁଦ କରୁ କରୁ ଅନେକ ସମୟରେ ନିଜର କ୍ଷତି କରିବସନ୍ତି । ବିଶେଷ କରି ୪ରୁ ୫ ବର୍ଷ ପିଲାଙ୍କ ଉପରେ ବେଶୀ ନଜର ରଖିବା କଥା । କିନ୍ତୁ ପିଲାଙ୍କ ଯତ୍ନ ନେବା ସହ ସେମାନଙ୍କୁ ପ୍ରତ୍ୟେକ କାର୍ଯ୍ୟ ଉପରେ ନଜର ରଖିବା ଅଭିଭାବକଙ୍କ କର୍ତ୍ତବ୍ୟ । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ଏବେ ଜୋର୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ଡାକ୍ତର ହେଲ୍ଥ ଇନଷ୍ଟ୍ରୁମେଣ୍ଟ ସାହାଯ୍ୟରେ ଗୋଟିଏ ଛୋଟପିଲା ନାକରୁ ଜୋକ ବାହାର କରୁଛନ୍ତି । ଏହି ଭିଡିଓ ଏବେ ବହୁ ସୋସିଆଲ ମିଡିଆ ୟୁଜର୍ସଙ୍କ ଦୃଷ୍ଟି ଆକର୍ଷଣ କରିଛି ।

 

View this post on Instagram

 

A post shared by BiBuTiVi (@bibutivi)

ପିଲା ନାକରୁ ଜୋକ ବାହାର କରିବା ଭିଡିଓ ଇନଷ୍ଟାଗ୍ରାମରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୭୭ ଲକ୍ଷରୁ ଅଧିକ ଲୋକ ଭିଡିଓକୁ ଦେଖିସାରିଛନ୍ତି । ସେହିପରି ୮୪.୬ ହଜାର ଲୋକ ଏହାକୁ ଲାଇକ୍ କରିବା ସହ ୨୪ ହଜାର ଲୋକ ଭିଡିଓକୁ ଶେୟାର କରିଛନ୍ତି । ଭିଡିିଓକୁ ଦେଖିବା ପରେ ଲୋଳେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଭିଡିଓରେ କମେଣ୍ଟ ଦେଇ ଜଣେ ୟୁଜର ଲେଖିଛନ୍ତି ‘ଓ ମାଇଁ ଗଡ୍’ ।