ନୂଆଦିଲ୍ଲୀ: ଅଭିନେତା ନାଗା ଚୈତନ୍ୟ ଏବଂ ଅଭିନେତ୍ରୀ ଶୋଭିତା ଧୂଲିପାଲାଙ୍କର ବିବାହ ସଂପର୍ଣ୍ଣ ହୋଇଛି। ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓଜରେ ଏହି ଦମ୍ପତ୍ତି ପରିବାର ଉପସ୍ଥିତିରେ ସମସ୍ତ ନୀତି ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବର୍ତ୍ତମାନ ଏହି ଦମ୍ପତ୍ତିଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଚୈତନ୍ୟଙ୍କ ବାପା ତଥା ସାଉଥ ସୁପରଷ୍ଟାର ନାଗାର୍ଜୁନ ପୁଅ-ବୋହୂଙ୍କ ପ୍ରଥମ ଫଟୋ ଏକ୍ସରେ ସେୟାର କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଫ୍ୟାନ୍ସଙ୍କର ଏହି କପଲ୍ଙ୍କୁ ଦେଖିବାର ଇଚ୍ଛାକୁ ପୂର୍ଣ୍ଣ କରିଛନ୍ତି। ସୋସିଆଲ ମିଡିଆରେ ଚୈତନ୍ୟ ଏବଂ ଶୋଭିତାଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି। ଫ୍ୟାନ୍ସ ଏହି ଦୁଇ କପଲଙ୍କୁ ଦେଖି ଖୁସି ବ୍ୟକ୍ତ କରିଛନ୍ତି।
ଚୈତନ୍ୟ ଏବଂ ଶୋଭିତାଙ୍କ ପରିବାର ଏହି ବିବାହରେ ବହୁତ ଖୁସି ଅଛନ୍ତି। ନାଗାର୍ଜୁନ କପଲଙ୍କ ବିବାହର ଫଟୋଜ ସେୟାର କରି ପୁଅ ଚୈତନ୍ୟଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି ଏବଂ ବହୂ ଶୋଭିତାଙ୍କୁ ପରିବାରକୁ ସ୍ୱାଗତ କରିଛନ୍ତି। ଅଭିନେତା କହିଛନ୍ତି ଯେ, ଶୋଭିତା ପୂର୍ବରୁ ହିଁ ତାଙ୍କ ପରିବାରରେ ବହୁତ ଖୁସି ଆଣିସାରିଛନ୍ତି।
Watching Sobhita and Chay begin this beautiful chapter together has been a special and emotional moment for me. 🌸💫 Congratulations to my beloved Chay, and welcome to the family dear Sobhita—you’ve already brought so much happiness into our lives. 💐
This celebration holds… pic.twitter.com/oBy83Q9qNm
— Nagarjuna Akkineni (@iamnagarjuna) December 4, 2024
ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲିପାଲାଙ୍କ ୱେଡିଂ ଲୁକ୍ ଖୁବ ଆକର୍ଷଣୀୟ ଥିଲା। ଅଭିନେତ୍ରୀ ଗୋଲ୍ଡେନ କାଞ୍ଜୀବରମ ଶାଢୀ ପିନ୍ଧିଥିଲେ। ଏହା ବ୍ୟତୀତ ସେ ମଥାରୁ ପାଦ ପର୍ଯ୍ୟନ୍ତ ସୁନାର ଅଳଙ୍କାରରେ ସଜେଇ ହୋଇଥିଲେ। ଶୋଭିତା ଟ୍ରାଡିସନାଲ ଟେମ୍ପଲ ଜୁଏଲାରୀ ପିନ୍ଧିଥିଲେ। ଏଥିସହ ନାଗା ଚୈତନ୍ୟ ମଧ୍ୟ ଅଫ୍ ହ୍ୱାଇଟ ବେଷ୍ଟି ଏବଂ କୂର୍ତ୍ତା ପିନ୍ଧିଥିଲେ। ଏଥିସହ ସେ ସିଲଭର ବଞ୍ଚ ପିନ୍ଧିଥିଲେ। ଶୋଭିତା ଯେତିକି ସଜ ହୋଇଥିଲେ, ଚୈତନ୍ୟ ମଧ୍ୟ ସେତିକି ଏଲିଗାଣ୍ଟ ଲୁକ୍ ରେ ଥିଲେ।