ଏବେ ବି ପ୍ରସର ପଲିଟିକ୍ସ ଗେମ ଖେଳୁଛନ୍ତି ଏକନାଥ, ଗୃହ ବିଭାଗ ହାତେଇବା ଜିଦିରେ ଅଟଳ!

ମୁମ୍ବାଇ- ଆଜି ସନ୍ଧ୍ୟାରେ ନୂଆ ମୁଖ୍ୟମନ୍ତ୍ରୀ ପାଇବ ମହାରାଷ୍ଟ୍ର । ଏଥିପାଇଁ ଐତିହାସିକ ଆଜାଦ ମୈଦାନରେ ପ୍ରସ୍ତୁତି ଚାଲିଛି । ଦେବେନ୍ଦ୍ର ପଡନବିସ ନେବେ ମୁଖ୍ୟମନ୍ତ୍ରୀ ଶପଥ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ ଓ ଅଜିତ ପାୱାର ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ଶପଥପାଠ ପୂର୍ବରୁ ଆସିଛି ନୂଆ ଟ୍ୱିଷ୍ଟ ।

ଶିବସେନାର ନିମନ୍ତ୍ରଣ ପତ୍ରରେ ଏକନାଥ ସିନ୍ଦେଙ୍କ ନାଁ ନାହିଁ । ଖାଲି ରହିଛି ଦେବେନ୍ଦ୍ର ପଡନାବିସଙ୍କ ନାଁ । ସେପଟେ ଏନସିପିର ନିମନ୍ତ୍ରଣ ପତ୍ରରେ ଅଜିତ ପାଓା୍ୱରଙ୍କ ନାଁ ରହିଛି । ଶିବସେନାର କାର୍ଡରୁ ଗୋଟିଏ କଥା ସାମ୍ନାକୁ ଆସୁଛି କି, ଏବେ ବି ସିନ୍ଦେ ପ୍ରେସର ପଲିଟିକ୍ସ କରୁଛନ୍ତି । ଏହି ଚର୍ଚ୍ଚାକୁ ସିନ୍ଦେଙ୍କ ଗୃହ ବିଭାଗ ହାତେଇବା ଜିଦ ସୃଷ୍ଟି କରିଛି । ଏସବୁ ଭିତରେ ଶିବସେନା ବିଧାୟକ ଉଦୟ ସାମନ୍ତ କହିଛନ୍ତି କି, ଆମେ ଚାହୁଁଛୁ କି ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନିଆନ୍ତୁ । ଯଦି ଏମିତି ନ ହୁଏ ଆମ ଭିତରୁ କେହି ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେବୁ ନାହିଁ ବୋଲି କହିଛନ୍ତି ସାମନ୍ତ ।

ଶିବସେନାର ଏହି ଅନିଶ୍ଚିତତା ଭିତରେ କିନ୍ତୁ ଶପଥ ଗ୍ରହଣ ଉତ୍ସବ ପାଇଁ ଆଜାଦ ମୈଦାନରେ ନେତାଙ୍କ ମେଳି ହେବା ଆରମ୍ଭ ହୋଇଗଲାଣି । ଏହି କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ମୁମ୍ବାଇରେ ପହଞ୍ଚିଲେଣି । ସିହ୍ନା ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ଆଗରୁ ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ଭଗବାନ ଗଣେଶଙ୍କ ଦର୍ଶନ କରିଛନ୍ତି ।

ସେହିପରି ଦେବେନ୍ଦ୍ର ପଡନବିସ ମୁମ୍ବାଇରେ ସିଦ୍ଧି ବିନାଟକ ଓ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା ସାରି ନିଜ ଘର ଅଭିମୁଖେ ବାହାରି ଯାଇଛନ୍ତି ।