ଓଡିଶା ଭାସ୍କର- ଶୀତ ଋତୁରେ ବଜାରରେ ଅନେକ ପ୍ରକାରର ଶାଗ ମିଳିଥାଏ । ଏସବୁର ସ୍ୱାଦ ମଧ୍ୟ ବେଶ ଭଲ । ତେବେ ଶୀତ ଦିନେ ଶାଗ ଭିତରେ ଏମିତି ଏକ ଶାଗ ରହିଛି, ଯାହା ସବୁଠାରୁ ସ୍ୱାସ୍ଥ୍ୟକର ହୋଇଥାଏ । ଏଥିରୁ ଅନେକଗୁଡିଏ ଲାଭ ମିଳେ ଶରୀରକୁ । ବଥୁଆ ପରି ଚେନୋପୋଡିୟମ ଏଲ୍ୱମ ରୂପେ ପରିଚିତ ।
ବଥୁଆ ଅନ୍ୟ ଶାଗ ତୁଳନାରେ ଲୋକପ୍ରିୟତା ହାସଲ କରି ନି ସତ, କିନ୍ତୁ ଏହା ପୌଷ୍ଟିକ ଓ ସ୍ୱାଦରେ ପରିପୂର୍ଣ୍ଣ । ଏଥିରେ ଭିଟାମିନ ମଧ୍ୟ ଭରପୁର । ଏଥିରେ ବହୁ ପରିମାଣର ଆଇରନ, ଫସ୍ଫରସ, ଭିଟାମିନ ଏ, ଭିଟାମିନ ଡି ରହିଛି । ଏହି ସବୁ ଉପାଦାନ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ସବୁଠାରୁ ଭଲ କଥା କି, ବଥୁଆକୁ ଡାଇଟରେ କମ ପରିମାଣରେ ସାମିଲ କରିପାରିବେ । ବଥୁଆରେ ଶାଗ, ବଥୁଆ ପରଟା, ବଥୁଆ ରାୟତା ପରି ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇପାରିବେ ।
ତେବେ ବଥୁଆରେ କି ପ୍ରକାର ଫାଇଦା ମିଳିଥାଏ ଶରୀରକୁ, ଆସନ୍ତୁ ଜାଣିବା ।
ଶୀତ ଦିନରେ କୋଷ୍ଠକାଠିନ୍ୟ ସମସ୍ୟା ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା । ଯଦି ଆପଣଙ୍କୁ କୋଷ୍ଠକାଠିନ୍ୟ ସମସ୍ୟା ରହିଛି ତେବେ ବଥୁଆ ଖାଇବା ଆପଣଙ୍କ ପାଇଁ ଫାଇଦା ଦେବ । ବଥୁଆରେ ବହୁ ପରିମାଣର ଫାଇବର ରହିଛି, ଯାହା ପାଚନ ସମ୍ବନ୍ଧିତ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ ।
ସ୍କିନ ଏଲର୍ଜି ପାଇଁ ବଥୁଆ ରାମବାଣ ସଦୃଶ୍ୟ ହୋଇଥାଏ । ବଥୁଆକୁ ସିଝେଇ ତାର ରସ ପିଇବା ଓ ଖାଇବା ଦ୍ୱାରା କୁଣ୍ଡିଆ, ଜାଦୁ ଆଦିର ଉପଶମ ହୋଇଥାଏ ।
ପ୍ରୋଟିନର ଅଭାବ କାରଣରୁ ଶରୀରକୁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ହୋଇଥାଏ । ହେଲେ ବଥୁଆରେ ବହୁ ପରିମାଣର ପ୍ରୋଟିନ ରହିଛି । ଯଦି ଆପଣ ନିରାମିଷାସୀ ତେବେ ପ୍ରୋଟିନର ଆବଶ୍ୟକତା ପୂରଣ ପାଇଁ ବଥୁଆ ସେବନ କରିବା ଉଚିତ ରହିବ ।