ଭୁବନେଶ୍ୱର– ନୂଆ ସରକାର ଆସିବାକୁ ୬ ମାସ ହେବ ଆଉ ଦିନ କେଇଟାରେ । ହେଲେ ଏଯାଏଁ ସରକାରୀ କ୍ୱାଟରର ମୋହ ଛାଡିପାରୁ ନାହାନ୍ତି କିଛି ପୁରୁଣା ବିଧାୟକ, ବିଧାୟିକା । ଏଯାଏଁ ୧୪ ବିଧାୟକ, ବିଧାୟିକା ସରକାରୀ କ୍ୱାଟର ଛାଡି ନାହାନ୍ତି ବୋଲି ସୋମବାର ଦିନ ବିଜେପି ବିଧାୟକ ମାନସ ଦତ୍ତଙ୍କ ପ୍ରସ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି କି, ୧୪ ଜଣ କ୍ୱାଟର ଛାଡି ନାହାନ୍ତି । ସେମାନଙ୍କ ମଧ୍ୟରୁ କଂଗ୍ରେସର ସନ୍ତୋଷ ସିଂହ ସାଲୁଜା ତଥା ବିଜେପିର ଜୟନ୍ତ ଷଡଙ୍ଗୀ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଆଉ କିଛି ଦିନ ପୁରୁଣା କ୍ୱାଟରରେ ରହିବାକୁ ଆବେଦନ କରିଥିବା ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି । ତେବେ ପ୍ରିତିରଞ୍ଜନ ଘଡେଇ, ଅଳକା ମହାନ୍ତି, ଅମର ଶତପଥୀ, ମହେଶ ସାହୁ, ସାଲୁଗା ପ୍ରଧାନ, ଶଙ୍କର ଓରାମ ପ୍ରମୁଖ ଏଯାଏଁ କ୍ୱାଟରରେ ରହିଆସୁଛନ୍ତି । ଛାଡୁ ନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।