OPSC ଘୋଷଣା: ଡିସେମ୍ବର ୨୨ରେ ହେବ ସହକାରୀ ମତ୍ସ୍ୟ ଅଧିକାରୀ ଲିଖିତ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ଏଆରଡି ବିଭାଗ ଅଧିକରେ ନିଯୁକ୍ତି ପାଇବାକୁ ଥିବା ସହକାରୀ ମତ୍ସ୍ୟ ଅଧିକାରୀ, ଗ୍ରୁପ-ବି ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍୍ । ଆସନ୍ତା ୨୨ ତାରିଖ (ରବିବାର) ଦିନ ସହକାରୀ ମତ୍ସ୍ୟ ଅଧିକାରୀ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । କଟକର ତ୍ରିଶୂଳିଆ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ପ୍ରୋଗ୍ରାମ ଜାରି କରାଯାଇଛି ।

ଆସନ୍ତା ୨୨ ତାରିଖରେ ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସକାଳ ୯.୩୦ରୁ ଆରମ୍ଭ ହୋଇ ୧୨ଟାରେ ସମାପ୍ତ ହେବ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଦ୍ୱିପ୍ରହର ୨ଟାରୁ ଆରମ୍ଭ ହୋଇ ୪.୩୦ରେ ସମାପ୍ତ ହେବ । ପେପର-୧ ପାଇଁ ସବଜେକ୍ଟ କୋଡ ୦୧ ରହିଥିବା ବେଳେ ପେପର-୨ ପାଇଁ ସବଜେକ୍ଟ କୋଡ ୦୨ ରହିଛି । ଆସନ୍ତା ୧୭ ତାରିଖ ପରଠାରୁ ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ ୱେବସାଇଟକୁ ଯାଇ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।