ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୮ଟି ସହରର ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ସୁଲଭ ଦରରେ ମିଳିବ ଆଳୁ

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟରେ ୬୦ ଟନ୍‍ ଆଳୁ ଉତ୍ତର ପ୍ରଦେଶରୁ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଆଳୁ ଯୋଗାଇଦେବାପାଇଁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ସମେତ ସହରର ବିଭିନ୍ନ ସ୍ଥାନରେ କିଲୋଗ୍ରାମ୍‍ ପିଛା ୩୦ଟଙ୍କାରେ ଆଳୁ ବିକ୍ରୟ କରାଯାଉଛି ।

ଏହି ଆଳୁ ସମସ୍ତ ସରକାରୀ ସୁଲଭ ଖୁଚୁରା କେନ୍ଦ୍ରରେ ଲୋକଙ୍କୁ ବିକ୍ରୟ କରାଯିବା ନେଇ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ରାଉରକେଲା, ଜୟପୁର, ବାଲେଶ୍ୱର, ବଲାଙ୍ଗିର, ସମ୍ବଲପୁର ଓ ବ୍ରହ୍ମପୁରର ବିଭିନ୍ନ ସରକାରୀ ଖୁଚୁରା ବିକ୍ରୟ କେନ୍ଦ ମାଧ୍ୟମରେ କିଲୋଗ୍ରାମ୍‍ ପିଛା ୩୦ ଟଙ୍କା ଦରରେ ଆଳୁ ଉପଲବ୍ଧ ହେବ ବୋଲି ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।