ଉତ୍ତର ପ୍ରଦେଶ ବସ୍ କର୍ମଚାରୀଙ୍କ ପାଇଁ ଖୁସି ଖବର ! ୮% ବୃଦ୍ଧି ପାଇଲା ମହଙ୍ଗା ଭତ୍ତା

ଲକ୍ଷ୍ନୌ: ଦିନକୁ ଦିନ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଯୋଗୁଁ ଅସୁବିଧା ଭୋଗୁଥିବା ଉତ୍ତର ପ୍ରଦେଶ ରୋଡୱେଜ୍ କର୍ମଚାରୀଙ୍କୁ ପରିବହନ ନିଗତ ତରଫରୁ ଆଶ୍ୱସ୍ତି ପ୍ରଦାନ କରାଯାଇଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ(UPSRTC ) ଏହାର ନିୟମିତ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରିଛି । ଏନେଇ ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂହ ସୂଚନା ଦେଇଛନ୍ତି ।

ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂହଙ୍କ ସୂଚନାନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ UPSRTC କର୍ମଚାରୀଙ୍କୁ ୩୮ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିଲା । ବର୍ତ୍ତମାନ ଏଥିରେ ୮% ବୃଦ୍ଧି କରାଯାଇଛି ଯାହା ୪୬%ରେ ପହଞ୍ଚିଛି । ପରିବହନ ନିଗମରେ କାର୍ଯ୍ୟରତ ୧୫, ୮୪୩ ନିୟମିତ କର୍ମଚାରୀଙ୍କୁ ଏହାର ଲାଭ ମିଳିବ । ଏହି ବୃଦ୍ଧି ଯୋଗୁଁ ଟଚଝଜଞଉ ଉପରେ ୫ କୋଟି ଟଙ୍କାର ଅତିରିକ୍ତ ବୋଝ ପକାଇବ । ନିଦେଶକ ମଣ୍ଡଳ ତରଫରୁ ୪% ମହଙ୍ଗା ଭତ୍ତା ପାଇଁ ଅନୁମୋଦନ ମିଳିଛି । ବର୍ତ୍ତମାନ ସରକାରୀ ସ୍ତରରେ ଏହାର ବିଚାର କରାଯାଉଛି । ମହଙ୍ଗା ଭତ୍ତା ୪୬ରୁ ୫୦% ହେଲେ ଅବସରପ୍ରାପ୍ତ କର୍ମଚାରୀ ସର୍ବାଧିକ ୨୦ ଲକ୍ଷ ଟଙ୍କା ପରିବର୍ତ୍ତେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଟି ପାଇପାରିବେ । ମହଙ୍ଗା ଭତ୍ତା ବୃଦ୍ଧି ପାଇବା ଯୋଗୁଁ କର୍ମଚାରୀ ଅଧିକ ଉତ୍ସାହ ଏବଂ ଜୋଶ୍ ସହ କାମ କରିବେ ଏବଂ ପରିବହନ ବିଭାଗକୁ ଏହାର ଫାଇଦା ମିଳିବ ।