ଓଡ଼ିଶା ଭାସ୍କର: ସାଧାରଣତଃ ଜଣେ କାନ୍ଦିଲେ ତାକୁ ଏଇୟା କହି ଚୁପ୍ କରାଯାଏ କି ଏହା ଦୁର୍ବଳ ଲୋକଙ୍କ ଲକ୍ଷଣ ଅଟେ । କିନ୍ତୁ ବହୁତ କମ୍ ଲୋକମାନେ ଜାଣିଥିବେ କି ବେଳେ ବେଳେ କାନ୍ଦିବା ମାନସିକ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ । କାନ୍ଦିବା ଦ୍ୱାରା ଆଖିର ଲୁବ୍ରିକେସନ୍ ସଠିକ୍ ରହିଥାଏ । ମନୋବିଜ୍ଞାନୀକଙ୍କ କହିବାନୁଯାୟୀ ଜଣେ ବ୍ୟକ୍ତି ମନ ଖୋଲି ହସିବା ଭଳି ମନଖୋଲି କାନ୍ଦିବାର ଅନେକ ଫାଇଦା ରହିଛି ।
୧. ମନୋବିଜ୍ଞାନୀକଙ୍କ କହିବାନୁଯାୟୀ କାନ୍ଦିବା ଦ୍ୱାରା ଶରୀରରେ ଲ୍ୟୁସିନ ଏନକେଫାଲିନ୍ସ(leucin enkephalin) ରିଲିଜ୍ ହୋଇଥାଏ ଯାହା ମାନସିକ ଚିନ୍ତାକୁ ହ୍ରାସ କରିଥାଏ । ଏହା ଭାବନାତ୍ମକ ସନ୍ତୁଳନ ବଜାୟ ରଖିବାରେ ସହାୟକ ହୋଇଥାଏ । ସାଧାରଣତଃ କାନ୍ଦିବା ପରେ ମନ ହାଲୁକା ଅନୁଭବ ହୋଇଥାଏ ।
୨. କାନ୍ଦିବା ଦ୍ୱାରା ମସ୍ତିଷ୍କ ଶାନ୍ତ ହୋଇଥାଏ । କାନ୍ଦିବା ପରେ ଶରୀରରେ ଥିବା ପାରାସିମ୍ଫାଥେଟିକ୍ ସ୍ନାୟୁ ପ୍ରଣାଳୀ(parasympathetic nervous System)କୁ ନିୟନ୍ତ୍ରିତ କରିଥାଏ । ଏହା ସଂକେତ ଦେଇଥାଏ କି ସବୁ କିଛି ଠିକ୍ ଅଛି ଏବଂ ଆପଣ ଆରାମ ଅନୁଭବ କରିଥାନ୍ତି ।
୩. କାନ୍ଦିବା ଦ୍ୱାରା ଶରୀର ଡିଟକ୍ସିଫାଇ ହୋଇଥାଏ ।
୪. କାନ୍ଦିଲେ ଶରୀରରେ ଗୁଡ୍ ହର୍ମୋନ୍ସ ରିଲିଜ୍ ହୋଇଥାଏ ଯାହା ଉତ୍ତମ ନିଦ୍ରାରେ ସହାୟକ ହୋଇଥାଏ ।
୫. ହୃହୟ ସ୍ୱାସ୍ଥ୍ୟକୁ ଉତ୍ତମ ରଖିଥାଏ । ଏହା ସହ ରକ୍ତ ଶର୍କରା ଏବଂ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ ।