ବେଙ୍ଗାଲୁରୁ: ହୋଣ୍ଡା ମୋଟର ସାଇକେଲ ଏବଂ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ଇଲେକ୍ଟ୍ରିକ୍ ଯାନ ମାର୍କେଟରେ ପ୍ରବେଶ କରିଛି । ନିକଟରେ କମ୍ପାନୀ ପକ୍ଷରୁ ୨ଟି ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରାଯାଇଛି । ଆକ୍ଟିଭା ଇ: ଏବଂ କ୍ୟୁସିୱାନ୍ । ସ୍କୁଟର ବୁକିଂ ଜାନୁଆରୀ ୧ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଫେବୃଆରୀରୁ ଆରମ୍ଭ ହେବ ଡେଲିଭରି ।
ଆକ୍ଟିଭା ଇ:ରେ ରହିଛି ସ୍ୱାପେବଲ ବ୍ୟାଟେରୀ ଟେକନୋଲୋଜି । ଚାଳକଙ୍କ ସୁବିଧା ଅନୁସାରେ ସେ ବ୍ୟାଟେରୀକୁ ଗାଡ଼ିରେ ଥିବା ପାୱାର ପ୍ୟାକ୍ ଏକ୍ସଚେଞ୍ଜର ଷ୍ଟେଶନ ସାହାଯ୍ୟରେ ବଦଳାଇବାର ସୁବିଧା ରହିଛି । ବ୍ୟାଟେରୀର ପାୱାର ୧.୫ କିଲୋ ୱାଟ୍ ହର୍ଜ ରହିଥିବାବେଳେ ଗାଡ଼ିର ଟେଷ୍ଟଡ୍ ରେଞ୍ଜ ରହିଛି ୧୦୨ କିଲୋମିଟର । ଅର୍ଥାତ୍ ଗୋଟିଏ ଥର ବ୍ୟାଟେରୀ ଫୁଲ୍ କଲେ ଏହା ୧୦୨ କିଲୋମିଟର ଦୂର ପର୍ଯ୍ୟନ୍ତ ଚାଲିବ । ଏହି ଗାଡ଼ି ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ଯାଇପାରିବ । ସେହିପରି ଆକ୍ଟିଭା ଇ: ସର୍ବାଧିକ ୮୦ ସ୍ପିଡରେ ଚାଲିବ । ଏଥିରେ ୭ ଇଞ୍ଚ ସ୍କ୍ରିନ୍ ରହିଛି । ନେଭିଗେଶନ୍, ଫିଚର ସମ୍ପର୍କରେ ବୀବରଣୀ ଦେଖିହେବ ।
କ୍ୟୁସିୱାନ୍: ଏ ମଡେଲ ସ୍କୁଟରକୁ ଘରେ ଥିବା ଅଫ୍ ବୋର୍ଡ ଚାର୍ଜରରେ ଚାର୍ଜ କରାଯାଇପାରିବ । ବ୍ୟାଟେରି ଫୁଲ୍ ହେବା ପାଇଁ ସାଢ଼େ ୬ ଘଣ୍ଟା ସମୟ ଲାଗିଥାଏ । ଅନ୍ୟପକ୍ଷେ ଘଣ୍ଟା ପ୍ରତି ୫୦ କିଲୋମିଟର ଦୂର ବାଟ ଏଥିରେ ଯାଇହେବ । କ୍ୟୁସିୱାନରେ ୫ ଇଞ୍ଚ ବିଶିଷ୍ଟ ଏଲସିଡି ସ୍କ୍ରିନ୍ ରହିଛି । ଏଥିରେ ୟୁଏସ୍ସି ଟାଇପ୍ ସି ପୋର୍ଟ ରହିଛି ଯେଉଁଥିରେ ମୋବାଇଲ ଚାର୍ଜ କରିହେବ ।
ପ୍ରାରମ୍ଭିକ ସମୟରେ ଅଳ୍ପ କିଛି ସହର ଯେମିତି, ବେଙ୍ଗାଲୁରୁ, ଦିଲ୍ଲୀ ଏବଂ ମୁମ୍ବାଇରେ ଗାଡ଼ି ଉପଲବ୍ଧ ରହିବ । ବେଙ୍ଗାଲୁରୁ ପାଖ ନରସାପୁରାରେ ଥିବା ଏଚଏମଏସ୍ଆଇରେ ଗାଡ଼ି ନିର୍ମାଣ କାମ ଚାଲିଛି । ଗାଡ଼ିରେ ୩ ବର୍ଷରେ ଗାଡ଼ି ୫୦ ହଜାର ବାଟ ଅତିକ୍ରମ କରିବାର ୱାରେଣ୍ଟି ଦେଉଛି କମ୍ପାନୀ ।ଚ ଏଥିସହ ଗୋଟିଏ ବର୍ଷରେ ୩ଥର ମାଗଣା ସର୍ଭିସିଂ ମଧ୍ୟ ଯୋଗାଇବ ହୋଣ୍ଡା ।